ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା(Lady blackmailer case) । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଚାର୍ଜସିଟ ଦାଖଲ କଲା କମିଶନରେଟ୍ ପୋଲିସ । ୫୦୧ ପୃଷ୍ଠାର ତଥ୍ୟ ସମ୍ବଳିତ ଫାଇନାଲ ଚାର୍ଜସିଟକୁ ଜେଏମଏଫସି ୩କୋର୍ଟରେ ଦାଖଲ କରାଯାଇଛି ।
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା(Lady blackmailer case) । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଚାର୍ଜସିଟ ଦାଖଲ କଲା କମିଶନରେଟ୍ ପୋଲିସ । ୫୦୧ ପୃଷ୍ଠାର ତଥ୍ୟ ସମ୍ବଳିତ ଫାଇନାଲ ଚାର୍ଜସିଟକୁ ଜେଏମଏଫସି ୩କୋର୍ଟରେ ଦାଖଲ କରାଯାଇଛି । ନୟାପଲ୍ଲୀ ଥାନାରେ ୬୪୬/୨୨କେସର ଫାଇନାଲ ଚାର୍ଜସିଟ୍ ଦାଖଲ ହୋଇଛି । ଯେଉଁଥିରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଁରେ ବ୍ଲାକମେଲ, ସେକ୍ସୋର୍ଟସନ ଅଭିଯୋଗ ଆଣିଥିଲେ ପ୍ରଯୋଜକ ଅକ୍ଷୟ ପରିଜା । ଏନେଇ ସୂଚନା ଦେଇଛନ୍ତି ନୟାପଲ୍ଲୀ ଥାନା ଅଧିକାରି । ଚାର୍ଜସିଟରେ କେବଳ ଅର୍ଚ୍ଚନାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଆଉ କାହାରବି ନାମ ଉଲ୍ଲେଖ କରାଯାଇ ନାହିଁ । ଏଥିରେ ଅନେକ ଦସ୍ତାବିଜ କାଗଜ ସମ୍ବଳିତ ତଥ୍ୟ ସମେତ ଅର୍ଚ୍ଚନା ସହ ହୋଇଥିବା ଚାର୍ଟିଂର ସ୍କ୍ରିନସଟ,ବ୍ୟାଙ୍କ ଟ୍ରାଞ୍ଜାକ୍ସନର ତଥ୍ୟ ସହ ଇମେଲର ଫଟୋକପି ମଧ୍ୟ ଉଲ୍ଲେଖ କରାଯାଇଛି । ଆଇପିସିର ଧାରା ୩୮୪, ୩୮୫, ୩୮୮, ୩୮୯, ୫୦୦, ୫୦୬, ୧୨୦B, ୬୬E , ୬୭, ୬୭c ଆଇଟି ଆକ୍ଟରେ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଏହି କେସ ଓପନ ରହିଛି ତେଣୁ ଆବଶ୍ୟକ ପଡ଼ିଲେ ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ ହେବ । ତେବେ ଗୁରୁତ୍ଵପୂର୍ଣ୍ଣ କଥା ଏହି ଚାର୍ଜସିଟରେ କେବଳ ଅର୍ଚ୍ଚନା ହିଁ ଅଭିଯୁକ୍ତ ଅଛନ୍ତି । ଏଥିରେ ନାଁ କୌଣସି ଅନ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି ନା ଶ୍ରଦ୍ଧାଞ୍ଜଳି ନାଁ ଦର୍ଶାଯାଇଛି ।
ତେବେ ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ନାଁରେ ପ୍ରଥମ ବ୍ୟକ୍ତି ଅକ୍ଷୟ ପରିଜା ଯେ ସେପ୍ଟେମ୍ବର 29ତାରିଖରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପରେ ଅର୍ଚ୍ଚନାଙ୍କ କେଳେଙ୍କାରୀର ଗୁମର ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଥିଲା । ପରେ ଶ୍ରଦ୍ଧାଞ୍ଜଳିର ଅକ୍ଟୋବର 2 ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ସେହି ଅଭିଯୋଗ ଆଧାରରେ ଖଣ୍ଡଗିରି ପୋଲିସ ପ୍ରଥମେ ଅକ୍ଟୋବର 5ରେ ଅର୍ଚ୍ଚନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନା ନାଗ ମାମଲାରେ ବର୍ତ୍ତମାନ ଇଡି ଛାନଭିନ୍ କରୁଛି । ଟଙ୍କା କାରବାର ନେଇ ଜଣଙ୍କ ପରେ ଜଣଙ୍କୁ ଇଡି ଅଫିସ ଡକାଇ ପଚରାଉଚରା କରିଥିଲା । ଶେଷରେ ଖଗେଶ୍ବର ଓ ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାପରେ ଇଡି ସେମାନଙ୍କୁ ଗିରଫ କରିଛି । ଗତକାଲି ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରି PMLA ଆକ୍ଟରେ ସେକ୍ସନ ୧୯ ଆଧାରରେ କୋର୍ଟରେ ହାଜର କରିଥିଲା । ଏହାପରେ ୨ୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇଥିଲା ଇଡି । ୩ଦିନିଆ ରିମାଣ୍ଡ ଅନୁମତି ମିଳିଥିବା ବେଳେ ଆସନ୍ତା ୨୬ ତାରିଖ ଯାଏଁ ଇଡିର ହେପାଜତରେ ରହିବେ ଜଗବନ୍ଧୁ ଚାନ୍ଦ । ଏନେଇ କୋର୍ଟଙ୍କ ପାଖରେ ୫ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା । ହେଲେ ୩ଦିନ ପାଇଁ ଅନୁମତି ଦେଇଥିଲେ କୋର୍ଟ ।
ଅର୍ଚ୍ଚନାଙ୍କଠାରୁ ଜବତ ମୋବାଇଲର ଡିଜିଟାଲ ତଥ୍ୟ ଫରେନସିକରୁ ଆସିବାର ଅଛି । ଯାହାକୁ ଆଧାର କରି ଇଡି ଜଗବନ୍ଧୁଙ୍କୁ ପଚରାଉଚରା କରିବାକୁ ଚାହୁଁଛି । କାରଣ ଅର୍ଚ୍ଚନାଙ୍କଠାରୁ ଜବତ ଇଲେକ୍ଟ୍ରୋନିକ ଗ୍ୟାଜେଟର ଡିଜିଟାଲ ଏଭିଡେନ୍ସ ପ୍ରାଥମିକ ରିପୋର୍ଟ ଆସିଛି । ହେଲେ ଅର୍ଚ୍ଚନାଙ୍କ ମୋବାଇଲର ଫରେନସିକ ରିପୋର୍ଟ ଏଯାଏ ଇଡିର ହସ୍ତକ୍ଷେପ ହୋଇନାହିଁ । ତେଣୁ ଦ୍ବିତୀୟ ପର୍ଯ୍ୟାୟରେ ଇଡିକୁ ଦେଵାକୁ ଥିବା ତଥ୍ୟରେ ହୁଏତ ଅର୍ଚ୍ଚନାର ମୋବାଇଲ ତଥ୍ୟ ମିଳିପାରେ । ଅର୍ଚ୍ଚନାଙ୍କ ମୋବାଇଲରେ ଆପତ୍ତିଜନକ ଭିଡିଓ ରହିଥିବା ନେଇ ପୋଲିସ ସିଜର ଲିଷ୍ଟରେ ଦର୍ଶାଇଥିଲା ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।