News

ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୁଲିସର ପ୍ରସ୍ତୁତି , ଜଗିବେ ୯୦ ପ୍ଲାଟୁନ୍‌ ଫୋର୍ସ !

ସୁରକ୍ଷା ବଳୟରେ ବିମାନବନ୍ଦର ଏବଂ ନରାଜଠାରୁ ବାଲିଯାତ୍ରା ପଡ଼ିଆ

ଦୁଇଦିନ ପରେ ଦିନିକିଆ ଓଡିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କଟକ ଗସ୍ତର ସୁରକ୍ଷା ପାଇଁ ପୁଲିସ ତତ୍ପର ହୋଇଉଠିଛି । କଟକ ଭୁବନେଶ୍ଵରରେ ୯୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ୨୫୦ ଅଫିସର ମୁତୟନ ହେବେ । ୨୪ ଓ ୨୫ ତାରିଖରେ କମିଶନରେଟ୍ ପୁଲିସ ପକ୍ଷରୁ କାରକେଡ଼ ମଗଡ୍ରିଲ କରାଯିବ ।

ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବେ। ବିମାନବନ୍ଦରରୁ ବାୟୁସେନାର ଏକ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ କଟକ ନରାଜଠାରେ ଥିବା ଅବସ୍ଥାୟୀ ହେଲିପ୍ୟାଡ଼୍‌ରେ ଓହ୍ଲାଇବେ । ସେଠାରୁ ୧୧ କିଲୋମିଟର ଦୂର ବାଲିଯାତ୍ରା ପଡିଆରେ ଥିବା କାର୍ଯ୍ୟକ୍ରମକୁ ମହାନଦୀ ବନ୍ଧ ରାସ୍ତା ଦେଇ ପ୍ରଧାନମନ୍ତ୍ରୀ ଯିବେ । ତେଣୁ ଉକ୍ତ ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସାଧାରଣସଭା ସ୍ଥଳକୁ ସୁରକ୍ଷା ବଳୟରେ ରଖାଯିବ ବୋଲି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ।

ସଭାସ୍ଥଳରେ ମଧ୍ୟ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ । ବାଲିଯାତ୍ରା ପଡ଼ିଆକୁ ଲାଗି ରହିଥିବା ଉଚ୍ଚ ଅଟ୍ଟାଳିକା ଉପରେ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ ହେବେ । ସଭାବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମେଟାଲ ଡିଟେକ୍ଟର୍‌ରେ ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ । ସଭାସ୍ଥଳର ୫୦ ମିଟର ସମ୍ମୁଖ ଭାଗରେ ନୋ-ମ୍ୟାନ୍‌ ଲ୍ୟାଣ୍ଡ୍‌ ଭାବେ ଘୋଷଣା କରାଯିବ ।

ପାଗ ଅନୁକୂଳ ନ ରହିଲେ ଏହାର ବିକଳ୍ପ ଚିନ୍ତା କରାଯାଇଥିବା ପୁଲିସ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ରାଜଭବନରେ ରହିବା ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ କଟକକୁ ସଡ଼କ ପଥରେ ଯାତାୟାତ କରିବା ଲାଗି ମଧ୍ୟ ପୁଲିସ ଏକ ପ୍ରକାର ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆର୍‌ପିଏଫ୍‌, ଜିଆର୍‌ପି, ତଟରକ୍ଷୀ, ନୌସେନା ଓ ପ୍ରଶାସନ ଏକପ୍ରକାର ତତ୍ପର ରହିଛି ।

ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୁଲିସର ପ୍ରସ୍ତୁତି , ଜଗିବେ ୯୦ ପ୍ଲାଟୁନ୍‌ ଫୋର୍ସ ! narendra modi

ପଢନ୍ତୁ ;

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

Related posts

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା :ନ୍ୟାୟ ନ ପାଇ ଜୀବନ ହାରିଲେ

Krishna Kumar Manoj

ସେପ୍ଟେମ୍ବର ୧୫ରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

Krishna Kumar Manoj

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More