ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣା : ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା ଗିରଫ

ମୃତ ଶ୍ରମିକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତ୍ୟୁର ଓଭରବ୍ରିଜ୍ ଭୁଶୁଡି ପଡିବା ପରେ ନିର୍ମାଣକାରୀ କମ୍ପାନୀ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛିି କମିଶନରେଟ୍ ପୋଲିସ୍ । ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ନେଇ ପୋଲିସ ତାଙ୍କୁ କରୁଛି ପଚରାଉଚରା । ଗତକାଲି ରାତିରେ ପ୍ରତାପ ଆତ୍ମସମର୍ପଣ କରିଥିଲେ । ପ୍ରତାପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କମିଶନର ୱାଇ ବି ଖୁରାନିଆ ।

ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା । ମୃତ୍ୟୁ ପାଇଁ ଦାୟୀ, ସରକାରୀ କାର୍ଯ୍ୟରେ ଖିଲାପ, ଠକେଇ, ଅବହେଳା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଛି ବୋଲି କମିଶନର କହିଥିଲେ । ପୂର୍ବରୁ ମଧ୍ୟ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିଲା । ଜାମିନରେ ମୁକୁଳିବା ପରେ ପୁଣି ଘଟିଛି ଅଘଟଣ । ନିମ୍ନ ମାନର କାମ ଏବଂ ଶ୍ରମିକଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଥିବା ନେଇ ଯେଉଁ ଅଭିଯୋଗ ଆସୁଛି ସେହି ଦିଗରେ ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି ।

ବମିଖାଲ ବିଜ୍ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବମିଖାଲ ବ୍ରିଜ୍‍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସହିତ ଆହତଙ୍କ ସମସ୍ତ ଚିକିତ୍ସା ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏଥିସହିତ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପଢନ୍ତୁ ;

ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର

ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛିି କମିଶନରେଟ୍ ପୋଲିସ୍ - 90%

90%

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସହିତ ଆହତଙ୍କ ସମସ୍ତ ଚିକିତ୍ସା ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି - 92%

92%
91%

Excellent!

Summary

ମୃତ୍ୟୁର ଓଭରବ୍ରିଜ୍ ଭୁଶୁଡି ପଡିବା ପରେ ନିର୍ମାଣକାରୀ କମ୍ପାନୀ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛିି କମିଶନରେଟ୍ ପୋଲିସ୍ । ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ନେଇ ପୋଲିସ ତାଙ୍କୁ କରୁଛି ପଚରାଉଚରା । ଗତକାଲି ରାତିରେ ପ୍ରତାପ ଆତ୍ମସମର୍ପଣ କରିଥିଲେ । ପ୍ରତାପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କମିଶନର ୱାଇ ବି ଖୁରାନିଆ ।

No Votes Yet

You're not rated yet