EnewsOdia.Com

ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ଦେଖା ଦେଇଛି। ନିକଟରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଫଳରେ ଏବେ ଇସ୍କନ ତରଫରୁ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରାଯାଉଛି। ଏହାର ନାଁ ’ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି। ମଥୁରାରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ସୋଶାଲ ମିଡିଆରେ ତାହା ଭାଇରାଲ ହୋଇଛି। ମାର୍ଚ୍ଚ ୧୮ରେ ଏହି  ରଥଯାତ୍ରା ହେବାକୁ ଯାଉଛି। ତେବେ ଭିନ୍ନ ଢଙ୍ଗରେ ରଥଯାତ୍ରା କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗାଜିଆବାଦର ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ତରଫରୁ ଗତ ଡିସେମ୍ବର ୨୯ରେ ରଥଯାତ୍ରା କରିବା ନେଇ ବିଜ୍ଞାପନ ପ୍ରକାଶ ପାଇବା ପରେ ବିବାଦ ତେଜିଥିଲା। ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯିବାପରେ ଏହା ବନ୍ଦ କରାଯାଇଥିଲା। ପରେ ମୁମ୍ବାଇର ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା ପରେ ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।

ଏନେଇ ବରିଷ୍ଠ ଦଇତା ପତି ବିନାୟକ ଦାସ ମହାପାତ୍ର କହିଛନ୍ତି,“ ଯେତେବେଳେ ଅଦିନିଆ ରଥଯାତ୍ରା ହେଉଛି, ସେତେବେଳେ ଦୁଇରୁ ତିନି ଥର ପରିଚାଳନା କମିଟି ବୈଠକ ବସିଥିଲା। ହେଲେ ସେହି ବୈଠକ ପରେ କୌଣସି ତତ୍ପରତା ପ୍ରକାଶ ନ ପାଇବାରୁ ଏହାର ଫାଇଦା ଇସ୍କନ୍‌ ନେଇଛି। ପଇସା ଲୋଭରେ ଯେଉଁ ଇସ୍କନର ଦଲାଲ୍ ଏପରି କାମ କରୁଛନ୍ତି ସେମାନେ ଯତ୍ନବାନ ହେବା ଦରକାର।”

ପଢନ୍ତୁ: ନବୀନ @ ୨୦ : ପାଞ୍ଚ ପାଳିର ସଫଳ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର

କେରଳରୁ ଚିହ୍ନଟ ହେଲେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ

Ratnamani Maharana

ଏକ୍‌ଷ୍ଟ୍ରା କ୍ଲାସ ପାଇଁ ବାତିଲ ହେବ ନାହିଁ ଶିକ୍ଷକଙ୍କ ଖରାଛୁଟି

Ratnamani Maharana

ଭୁଲ୍ ବିଦ୍ୟୁତ୍ ବିଲ୍‌ ଦେଇ ଠକୁଛି ସେସୁ

Ratnamani Maharana

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

୨୮ ଓ ୨୯ରେ ଓଡ଼ିଶାକୁ ଭିଜାଇବ ବର୍ଷା

Ratnamani Maharana

ଶ୍ରୀମନ୍ଦିରରେ ଛାଡ଼ ପାଇବେନି ଭକ୍ତ କି ସେବାୟତ

Ratnamani Maharana