News

କନଷ୍ଟେବଳଙ୍କ ମାନବିକତା: ହୃଦଘାତ ରୋଗୀଙ୍କୁ ବଞ୍ଚାଇଲେ

ଟ୍ରେନ୍‌କୁ ଅପେକ୍ଷା କରିଥିଲେ ଜଣେ ଯାତ୍ରୀ। ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ। ଅଫିସ୍‌ରୁ ଡ୍ୟୁଟି ସାରି ଫେରୁଥିବା ଜଣେ ଜିଆର୍‌ପି କନ୍‌ଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ଏହି ଘଟଣା ଭାଇରାଲ୍‌ ହେବା ପରେ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି। ବଳରାମଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯିବା ସହିତ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

police

ସୂଚନାଅନୁଯାୟୀ,ସମୟ-ରାତି ୧୦ଟା । ସ୍ଥାନ-ଭୁବନେଶ୍ୱର ରେଳ ଷ୍ଟେସନ । ପ୍ଲାଟଫର୍ମ ନମ୍ବର-୧ । ଛାତିରେ ଯନ୍ତ୍ରଣା ଯୋଗୁଁ ଜଣେ ଯାତ୍ରୀ ତଳେ ପଡ଼ି ଛଟପଟ ହେଉଥାନ୍ତି । ପାଖରେ ବହୁ ଯାତ୍ରୀ ଉପସ୍ଥିତ ଥିଲେ ବି କେହି ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ । ହଠାତ୍‌ ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚିଥିଲେ ଜିଆରପି ଥାନାର କନେଷ୍ଟବଳ ବଳରାମ ସିଂହ । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ଆରମ୍ଭ କରିଦେଲେ ପ୍ରାଥମିକ ଚିକିତ୍ସା । ଏପରିକି ଯାତ୍ରୀ ଜଣଙ୍କ ସହ ମାଉଥ୍‌ ଟୁ ମାଉଥ୍‌ ରେସପିରେସନ କରିଥିଲେ । ଚେତା ଆସିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ବଳାରାମ ୨୦୦୬ରୁ ଭୁବନେଶ୍ୱର ଜିଆରପି ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଘର ଜଗତ୍‌ସିଂହପୁର ଜିଲାର ଗୋକୁଳପୁର ଅଞ୍ଚଳରେ। ବିପଦରେ ପଡିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା ବୋଲି ସେ କହିଛନ୍ତି। ଭଗବାନଙ୍କ ଦୟାରୁ ନିଜ ଉଦ୍ୟମରେ ସେ ସଫଳ ହୋଇଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

ପଢନ୍ତୁ; ଆକାଂକ୍ଷିତ ଜିଲ୍ଲା ଗସ୍ତ କରିବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଅଧିକାରୀ

Related posts

କୁନ୍ଦୁଲିର ପୁନରାବୃତ୍ତି ବାଣପୁରରେ;ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଲେ ନାବାଳିକା

ENO Beuro

ମହାନଦୀରୁ ମିଳିଲା ୪ ମୃତଦେହ : ମା’, ପୁଅ, ଦୁଇ ଝିଅଙ୍କୁ ହତ୍ୟା !

ENO Beuro

ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More