POLITICALS

୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ରାଜ୍ୟର ଆଉ ୨୦ଟି ବିଧାନସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି

୨୦ଟି ବିଧାନସଭା  ଆସନ ପାଇଁ କଂଗ୍ରେସ ଆଜି ପ୍ରାର୍ଥୀ ତାଲିକା  ଘୋଷଣା କରିଛି । ତେଲକୋଇରୁ ମୋହନ ହେମ୍ବ୍ରମ୍,ପାଟନାରୁ ଗୋପେଶ୍ୱର ନାଏକ,  ଯଶୀପୁରରୁ ମହେନ୍ଦ୍ର ନାଏକ, ଉଦଳାରୁ ବେଣୁଧର ମହାପାତ୍ର, ବାରିପଦାରୁ ଦଶରଥ ସିଂ, ଭୋଗରାଇରୁ ସତ୍ୟଶିବ ଦାସ,  ବସ୍ତାରୁ ବିଜନ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ବିଦ୍ୟାଧର ଜେନା, ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ବରୀରୁ ଉମେଶ ଜେନା, ସୁକିନ୍ଦାରୁ ଶରତ ରାଉତ, ପରଜଙ୍ଗରୁ ଯଶସ୍ୱିନୀ ରାଉତ, ନିଆଳିରୁ ମମତା ଭୋଇ, ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ, ପାଟକୁରାରୁ ଜୟନ୍ତ ମହାନ୍ତି, ତିର୍ତ୍ତୋଲରୁ ବିଭୁ ପ୍ରସାଦ ତରାଇ,ପୁରୀରୁ ଅରୋ ପ୍ରସାଦ ମିଶ୍ର ଓ ନୟାଗଡ଼ରୁ ମନୋଜ କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ଏହା ସହିତ ଦଳ ଆଜି ଆଉ ୭ଟି ଲୋକସଭା  ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ପୁରୀରୁ ସତ୍ୟପ୍ରକାଶ ନାୟକ, କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକ, କେନ୍ଦୁଝରରୁ ଫକୀର ମୋହନ ନାୟକ, ଭଦ୍ରକରୁ ମଧୁମିତା ସେଠୀ ଓ ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।
ପଢନ୍ତୁ: କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

Related posts

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

ENO Beuro

ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

Ratnamani Moharana

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ତେଜିଲା ଆଶାୟୀଙ୍କ ଅସନ୍ତୋଷ

Ratnamani Moharana

Leave a Comment