News

କୁନ୍ଦୁଲି ଗଣବଳାତ୍କାର : ପ୍ରତିବାଦରେ ଓଡ଼ିଶା ବନ୍ଦ ,କଂଗ୍ରେସ ଓ ବିଜେପିର ୧୨ ଘଣ୍ଟିଆ ବନ୍ଦ

କୁନ୍ଦୁଲି ପୀଡିତାଙ୍କ  ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି ।  ଏମିତି କି ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଉଗ୍ର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ରାଜଧାନୀ ରାଜରାସ୍ତାରେ ବିଜେପି-ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଉଭୟ ପକ୍ଷ ରକ୍ତାକ୍ତ ହୋଇଛନ୍ତି । କଂଗ୍ରେସ ବି ରାଜଧାନୀର ଏକାଧିକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି । କୁନ୍ଦୁଲି ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରି ଆଜି ଉଭୟ କଂଗ୍ରେସ ଓ ବିଜେପି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ତେବେ ଏହି ସମୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ ଓ କଲେକ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାସହିତ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ସମଗ୍ର କୁନ୍ଦୁଲି ଘଟଣାରେ ପୁଲିସ ବିଭାଗର ନିଷ୍କ୍ରିୟତା ଓ ବେପରୁଆ ମନୋଭାବକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସ୍ଥିତି ଅନୁଧ୍ୟାନ କରାଯାଉଥିବା ନେଇ ସୂଚନା ଦେଇଛନ୍ତି।କଂଗ୍ରେସର ବନ୍ଦ ଡାକରା ଓ ବିଜେପି କରିବ ହରତାଳ ଡାକରା ପରିପ୍ରେକ୍ଷୀରେ ବୁଧବାର ସକାଳୁ ରାଜ୍ୟରେ ଜନ ଜୀବନ ପ୍ରଭାବିତ ହୋଇଛି । ଆନ୍ଦୋଳନକାରୀମାନେ ବିଭିନ୍ନ ରେଳ ଷ୍ଟେସନରେ ଧାରଣା ଦେଇ ରେଳ ରୋକ କରିଛନ୍ତି । ସେହିପରି ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

Related posts

ଆଜି ଓଡ଼ିଶା, ଛତିଶଗଡ଼ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ENO Beuro

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

ENO Beuro

ପିଏନବି ଘୋଟାଲା : ୧୧,୪୦୦ କୋଟିର ଚୂନା ଲଗାଇଲେ ବିଶିଷ୍ଟ ହୀରା ବ୍ୟବସାୟୀ

ENO Beuro

Leave a Comment