POLITICALS

କଂଗ୍ରେସର ନିର୍ବାଚନୀ ଇସ୍ତାହାର ରଖିଲେ ରାହୁଲ: ସବୁ ବର୍ଗଙ୍କୁ ଦେଲେ ଅଗ୍ରାଧିକାରର ପ୍ରତିଶ୍ରୁତି

କଂଗ୍ରେସର ଇସ୍ତାହାରରେ କଣ କଣ ଅଛି ଜାଣନ୍ତୁ

ଲୋକସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକ୍ରତୁଷ୍ଟ କରିବା ପାଇଁ କଂଗ୍ରେସ ପକ୍ଷରୁ ଆଜି ନିଜ ନିର୍ବାଚନୀ ଇସ୍ତାହାର  ପ୍ରକାଶ କାଲେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ । ଏହି ଘୋଷଣାନାମାର ଶୀର୍ଷକ ରହିଛି ” ହମ ନିଭାଏଙ୍ଗେ“। ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ମୋଦୀଙ୍କ ତମାମ ମିଥ୍ୟା ଆମେ ଶୁଣିଆସୁ। କିନ୍ତୁ ଆମେ ଯେଉଁ ପ୍ରତିଶ୍ରୁତି ଦେଉଛୁ ତାହା ଆମେ ପାଳନ କରିବୁ।

ଏହି ଯୋଜନାରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଦେଶରୁ ଦାରିଦ୍ର୍ୟ  ହଟାଇବା ପାଇଁ କଂଗ୍ରେସ ନ୍ୟୁନତମ ଆୟ  ଯୋଜନା ଲାଗୁ କରିବ । ଯେଉଁଥିରେ ଦେଶର ୨୦ ପ୍ରତିଶତ ଅତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ସହାୟତା ଦିଆଯିବ ।୨୦୨୦ ମାର୍ଚ୍ଚ ସୁଦ୍ଧା ୨୨ ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ସରକାରୀ ଚାକିରି  ଓ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ

କୃଷକଙ୍କ ଋଣ  ଛାଡକରି ସେମାନଙ୍କୁ କରଜ ମୁକ୍ତ ସହ ଋଣ ନସୁଝିପାରିଲେ କୃଷକଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମାକୁ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଛି।

ମନରେଗା  ମାଧ୍ୟମରେ ଗ୍ରାମୀଣ ଲୋକଙ୍କ ପାଇଁ ୧୫୦ ଦିନର ରୋଜଗାର ଗ୍ୟାରେଣ୍ଟି ।

ପଢନ୍ତୁ: ଗଂଜାମରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

Related posts

ଓଡିଶାର ଦୁଇ ଜଣ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ହେଲେ କେନ୍ଦ୍ରମନ୍ତ୍ରୀ

Ratnamani Moharana

କାଶ୍ମୀର ସ୍ଥିତି ଦେଖି ଭୟରେ ଜାତିସଙ୍ଘର ହସ୍ତକ୍ଷେପ ଲୋଡ଼ିଲେ ଇମରାନ ଖାନ୍

Ratnamani Moharana

ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

ENO Beuro

2 comments

Leave a Comment