News

ପୁଣି ଦେଖାଦେଲା ନିର୍ବାଚନୀ ହିଂସା

As

ଗୁଳିମାଡରେ ଆହତ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ

 

ଭୋଟ ଗଣତି  ପୂର୍ବରୁ ଗୁଳିମାଡ଼। ନିର୍ବାଚନ ଫଳାଫଳ ଆସିବାର କେଇ ଘଣ୍ଟା ପୂର୍ବରୁ ଆସିକା ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ଆସିକାର ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ ତାଙ୍କୁ ଆକ୍ରମଣ ହୋଇଛି। ମନୋଜ ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମନୋଜଙ୍କୁ  ପ୍ରଥମେ ଏମକେସିଜି ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ଗଳା, ପେଟ ଓ ଅଣ୍ଟାରେ ଗୁଳି ବାଜିଛି। ମନୋଜ ସନ୍ଧ୍ୟାରେ ଭୁବନେଶ୍ବରରୁ ବ୍ରହ୍ମପୁର  ଫେରୁଥିବା ବେଳେ ଗୋଟିଏ ମୋଟରସାଇକେଲରେ ତାଙ୍କ ଗାଡିର ପିଛା କରୁଥିବା ୨ ଜଣ ଦୁର୍ବୃତ୍ତ ବାଇପାସ ନିକଟ ଲାଞ୍ଜିପଲ୍ଲୀଠାରେ ଅନ୍ଧାଦୁନିଆ ଗୁଳିମାଡ କରି ଖସି ପଳାଇଥିଲେ।

ପଢନ୍ତୁ: ଭୁବନେଶ୍ଵରର ୫ଟି ସ୍ଥାନରେ ଭୋଟଗଣତିର ଲାଇଭ

Related posts

ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

ENO Beuro

ସ୍ୱଦେଶୀ ଜାଗରଣ ମଞ୍ଚର ଦାବି: ଚୀନକୁ ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ବାଦ ଦିଆଯାଉ

Ratnamani Moharana

ଯାତ୍ରୀଙ୍କୁ ଧମକ ଦେଲେ ଇଣ୍ଡିଗୋ କର୍ମଚାରୀ

ENO Beuro

1 comment

Leave a Comment