POLITICALS

କଂଗ୍ରେସ ସଂସଦୀୟ ଦଳର ଅଧକ୍ଷ ପଦରେ ପୁଣି ସୋନିଆ ଗାନ୍ଧି

Son

ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ନିଜ ପଦବୀରୁ ଇସ୍ତଫା ଦେବାକୁ ଜିଦ ଧରିଥିବାବେଳେ ଶନିବାର ସକାଳେ କଂଗ୍ରେସ ସଂସଦୀୟ ଦଳ ବୈଠକ ବସିଥିଲା। ଏହି ବୈଠକରେ ପୁଣିଥରେ ସୋନିଆ ଗାନ୍ଧି   ଦଳର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି।  କଂଗ୍ରେସର ସଂସଦୀୟ ଦଳ ନେତା ଚୟନ ନେଇ ଆଜି ସାଂସଦଙ୍କ ବୈଠକ ବସିଥିଲା। ଏହି ବୈଠକରେ ସୋନିଆ ଗାନ୍ଧିଙ୍କ ନାଁ ମନମୋହନ ସିଂହ  ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ।

କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ସବୁଆଡେ ଗୋଟିଏ  ଚର୍ଚ୍ଚା ଥିଲା । ତେବେ ସୋନିଆ ଗାନ୍ଧି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ସଂସଦୀୟ ଦଳ ନେତା ଭାବରେ ନିର୍ବାଚିତ ହେବା ପରେ ସୋନିଆ ଗାନ୍ଧି କହିଛନ୍ତି, ଦଳ ପଛରେ ଏବେ ବି ବହୁ ଲୋକ ଅଛନ୍ତି, ସେମାନଙ୍କ ପାଇଁ ଲଢ଼େଇ କରିବାକୁ ପଡ଼ିବ।

ପଢନ୍ତୁ: ୭ରେ କେରଳ, ଜୁନ୍‌ ୧୫ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

Related posts

କଂଗ୍ରେସର ନିର୍ବାଚନୀ ଇସ୍ତାହାର ରଖିଲେ ରାହୁଲ: ସବୁ ବର୍ଗଙ୍କୁ ଦେଲେ ଅଗ୍ରାଧିକାରର ପ୍ରତିଶ୍ରୁତି

Ratnamani Moharana

ଷ୍ଟାଲିନ୍‌ଙ୍କ ନେତୃତ୍ଵକୁ ମାନିବେ ଆଲାଗିରି

ENO Beuro

ସଂପର୍କ ଯୋଡ଼ୁଛି ‘ଫନି’: ବଦଳୁଛି ରାଜନୀତି ପାଣିପାଗ

Ratnamani Moharana

Leave a Comment