POLITICALS

କଂଗ୍ରେସରେ ବଢ଼ୁଛି ମୋଦିଙ୍କ କ୍ରେଜ

66 1 750x430

ମୋଦି ସରକାର ଉଦ୍ଦେଶ୍ୟ ମୂଳକ ଭାବରେ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଜେଲ୍ ପଠାଇଛି। ଗୋଟିଏ ପଟେ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ରଖୁଥିବା ବେଳେ ଅନ୍ୟପଟେ ଦଳର କିଛି ବରିଷ୍ଠ ନେତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁ ପ୍ରସଙ୍ଗରେ ସମାଲୋଚନା କରାଯିବା ନେଇ ଏବେ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ଦଳ ସର୍ବଦା ପ୍ରଧାନମନ୍ତ୍ରୀ ‌ମୋଦୀଙ୍କୁ ଜଣେ ଖଳନାୟକ ଭାବେ ଚିତ୍ରଣ କରୁଛି ଏବଂ ଏଭଳି କରାଯିବା ଉଚିତ ନୁହେଁ ବୋଲି ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ  କହିଥିବା ବେଳେ ଆଜି ଜୟରାମଙ୍କ ସହ ସ୍ବର ମିଳାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘବୀ ଏବଂ ଶଶି ଥରୁର୍‌।

ଗତକାଲି ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରମେଶ  କହିଥିଲେ, ମୋଦୀଙ୍କ ଶାସନ ପଦ୍ଧତି ସମ୍ପୂର୍ଣ୍ଣ ଭାବେ ନକାରାତ୍ମକ ନୁହେଁ। ତାଙ୍କ କାର୍ଯ୍ୟକୁ ଭଲଭାବେ ନ ପରଖି ସବୁବେଳେ ତାଙ୍କୁ ଜଣେ ଖଳନାୟକ ଭାବେ ଚିତ୍ରଣ କରିବା ବିରୋଧୀ ଦଳଗୁଡ଼ିକୁ କ୍ଷତି ପହଞ୍ଚାଉଛି। ମୋଦୀଙ୍କ ଦ୍ବାରା ହୋଇଥିବା ଭଲ କାମକୁ ଏବେ ଚିହ୍ନଟ କରିବା ସମୟ ଆସିଛି। ୨୦୧୪ରୁ ୨୦୧୯ ମଧ୍ୟରେ ମୋଦୀଙ୍କ ପ୍ରଥମ ପାଳି ଶାସନ ମଧ୍ୟରେ ସେ କ’ଣ କରିଛନ୍ତି ତାହା ପରଖିବା ଉଚିତ୍‌, କାରଣ ଏହାଦ୍ବାରା ମୋଦୀ ପୁଣିଥରେ କ୍ଷମତାକୁ ଫେରିଛନ୍ତି।

ପଢନ୍ତୁ: ଆଜି ଜମ୍ମୁ-କଶ୍ମୀର ଗସ୍ତ କରିବେ ରାହୁଲ ଗାନ୍ଧି

Related posts

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

Ratnamani Moharana

ପାଟକୁରାରେ ବିଜେଡିର ବିଜୟ

Ratnamani Moharana

ମହାପ୍ରଭୁଙ୍କୁ ଦର୍ଶନ କଲେ ଆମିକସ କ୍ୟୁରି ଓ ସଲିସିଟର ଜେନେରାଲ

Ratnamani Moharana

2 comments

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା August 24, 2019 at 1:02 pm

[…] କଂଗ୍ରେସରେ ବଢ଼ୁଛି ମୋଦିଙ୍କ କ୍ରେଜ […]

ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି, ‘ଅର୍ଡର ଅଫ୍ ଜାଏଦ’ରେ ହେବେ ସମ୍ମାନିତ August 24, 2019 at 2:26 pm

[…] କଂଗ୍ରେସରେ ବଢ଼ୁଛି ମୋଦିଙ୍କ କ୍ରେଜ […]

Leave a Comment