POLITICALS

ଧମକ ଦେଲେ ଆଜାଦ୍‌: କଂଗ୍ରେସ୍-ଜେଡିଏସକୁ ସରକାର ଗଠନ ପାଇଁ ରାଜ୍ୟପାଳ ନ ଡାକିଲେ କର୍ଣ୍ଣାଟକରେ ହେବ ରକ୍ତପାତ

କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବାପରେ ରାଜନୈତିକ ପରିବେଶ ବେଶ୍‌ ସରଗରମ ହୋଇଛି। ରାଜ୍ୟରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ନ ମିଳିଲେ ରକ୍ତପାତ ହେବ ବୋଲି କଂଗ୍ରେସ ପକ୍ଷରୁ ଗୁଲାମ୍‌ ନବୀ ଆଜାଦ୍‌ ଧମକ ଦେଇଛନ୍ତି।

କଂଗ୍ରେସ ବିଧାୟକ ଅମରଗୌଡା କହିଛନ୍ତି କି, ବିଜେପି ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ଦେବା ପାଇଁ ଲୋଭ ଦେଖାଉଛି। ଏହି କଥାକୁ ନେଉ ବିଜେପି ଉପରେ ବର୍ଷିଛନ୍ତି ଆଜାଦ । ବିଜେପି ରାଜ୍ୟର ସବୁଠାରୁ ଅଧିକ ଆସନ ପାଇଥିଲେ ମଧ୍ୟ ସରକାର ଗଠନ କରିବା ପାଇଁ ତାଙ୍କ ପାଖରେ ଆସନର ଅଭାବ ରହିଛି। ବିଜେପି ପାଖରେ ୧୦୪ ସିଟ୍ ଥିବାବେଳେ ତାଙ୍କ ପାଖରେ ଜେଡିଏସକୁ ମିଶାଇ ୧୧୭ ସିଟ୍ ଅଛି।

ପ୍ରଶ୍ନବାଚ ସୃଷ୍ଟି କରି ଆଜାଦ୍ କହିଛନ୍ତି କି, ସମ୍ବିଧାନକୁ ସୂଚାର ରୂପେ ପାଳନ କରିବା ପାଇଁ ଜଣେ ବ୍ୟକ୍ତି ରାଜଭବନରେ ବସିଛନ୍ତି। ପୂର୍ବ ସମ୍ପର୍କ ପାଇଁ ରାଜ୍ୟପାଳଙ୍କୁ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଗୁଲାମ୍ନବୀ ଆଜାଦ।

ଧମକ ଦେଲେ ଆଜାଦ୍‌: କଂଗ୍ରେସ୍-ଜେଡିଏସକୁ ସରକାର ଗଠନ ପାଇଁ ରାଜ୍ୟପାଳ ନ ଡାକିଲେ କର୍ଣ୍ଣାଟକରେ ହେବ ରକ୍ତପାତ nabi

ପଢନ୍ତୁ; ନିର୍ବନ୍ଧ ଖବର ନେଇ ଚର୍ଚ୍ଚାରେ ମୁକେଶ ଅମ୍ବାନୀଙ୍କ ପୁଅ!

Related posts

ବିଜୁ ପଟ୍ଟନାୟକ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

Krishna Kumar Manoj

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

Krishna Kumar Manoj

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More