ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

hari1

ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ସେ ସେପ୍ଟିସେମିଆ ରୋଗରେ ପୀଡିତ ଥିଲେ।

ସେ ୭୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୭ରେ ଜନ୍ମଗ୍ରହଣ କରିଥିବା ହରିହର ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ। ୧୯୬୮ରୁ ୭୧ ମସିହା ଯାଏ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ଥିଲେ। ପ୍ରଥମେ ସ୍ବାଧୀନ ଭାବେ ଲଢି ୧୯୭୪ରେ ଷଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଓ ଏଆଇସିସି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ପାଇଁ ଅନେକ ନେତା ଏବଂ କର୍ମୀଙ୍କ ଭିଡ ଜମିଛି ।

ପଢନ୍ତୁ;  ନବୀନଙ୍କ ନୂଆ ଘୋଷଣା: ଚାଷୀଙ୍କ ପିଲାଙ୍କୁ ମାଗଣା ବୃତ୍ତିଗତ ଶିକ୍ଷା 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More