• Home
  • POLITICALS
  • କଂଗ୍ରେସର ଉପବାସ ରାଜନୀତି: ଉପବାସରେ ବସିବା ଠିକ୍ ପୂର୍ବରୁ ଖାଇଲେ ଛୋଲେ-ଭଟୋରେ,ଟ୍ଵିଟରରେ ଉଡ଼ିଲା କଂଗ୍ରେସ ଦଳର ମଜାକ
POLITICALS

କଂଗ୍ରେସର ଉପବାସ ରାଜନୀତି: ଉପବାସରେ ବସିବା ଠିକ୍ ପୂର୍ବରୁ ଖାଇଲେ ଛୋଲେ-ଭଟୋରେ,ଟ୍ଵିଟରରେ ଉଡ଼ିଲା କଂଗ୍ରେସ ଦଳର ମଜାକ

ଅନଶନ ପୂର୍ବରୁ କଂଗ୍ରେସ ନେତାମାନେ ଖାଇଲେ ଛୋଲେ-ଭଟୋରେ

ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସାରା ଦେଶରେ କଂଗ୍ରେସ ତରଫରୁ ଉପବାସ ବ୍ରତ ପାଳନ କରାଯାଉଛି। ରାଜଘାଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପବାସରେ ବସିଛନ୍ତି। କିନ୍ତୁ କଂଗ୍ରେସ ନେତା ରାଜଘାଟରେ ଉପବାସରେ ବସିବା ଠିକ୍ ପୂର୍ବରୁ ଛୋଲେ-ପୁରି ଖାଇବା ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ କଂଗ୍ରେସ ପାର୍ଟିର ଜୋରଦାର ମଜାକ ଉଡ଼ାଇଛନ୍ତି। ଏହି ମାମଲା ସେହି ସମୟରେ ଆରମ୍ଭ ହୋଇଥିଲା ଯେଉଁ ସମୟରେ ବିଜେପିର ଏକ ନେତା କଂଗ୍ରେସ ନେତାଙ୍କର ରାଜଘାଟ ଉପବାସ ପୂର୍ବରୁ ଖାଉଥିବା ଛୋଲେ-ପୁରିର ଫଟୋ ଟ୍ଵିଟ୍ କରିଥିଲେ।

ଏହି ଟୁଇଟ୍‌ରେ ପ୍ରତିକ୍ରିୟା ଦେଖାଇ କଂଗ୍ରେସ ନେତା ଲଭଲି କହିଛନ୍ତି, ‘ଏହି ଫଟୋଟି ହେଉଛି ସକାଳ ୮.୩୦ ସମୟର। ଆମର ଅନଶନ ୧୦.୩୦ରୁ ୪.୩୦ ପର୍ଯ୍ୟନ୍ତ ଥିଲା। ଏହା ଉପବାସ ଅନଶନ(ହଙ୍ଗର ଷ୍ଟ୍ରାଇକ୍‌) ନଥିଲା।’ ସେ ବିରକ୍ତ ପ୍ରକାଶ କରି ଆହୁରି ବି କହିଛନ୍ତି କି ‘ଏହା ହେଉଛି ବିଜେପିର ସମସ୍ୟା। ସେ ଦେଶକୁ ଠିକ୍‌ ଭାବେ ଚଳାଇବା ଛାଡ଼ି ଆମ ଖାଇବା ଉପରେ ଦୃଷ୍ଟି ନିକ୍ଷେପ କରୁଛି।

ବିଜେପି ନେତା ଗିରିରାଜ ସିଂହ ଲେଖିଛନ୍ତି କଂଗ୍ରେସ ଉପବାସକୁ ନେଇ ଘାବରେଇ ଯାଇଛି। ମୁକେଶ ମେଲକାନୀ ନାମକ ଜଣେ ୟୁଜର ଲେଖିଛନ୍ତି ରାହୁଲ ଗାନ୍ଧୀ ଉପବାସର ଅଭ୍ୟାସ କରୁଛନ୍ତି। ହୋଇପାରେ ୨୦୧୯ ନିର୍ବାଚନ ସମୟରେ ସର୍ବଦା ତାଙ୍କୁ ଏହି ପରି ରହିବାକୁ ପଡ଼ିପାରେ।

କଂଗ୍ରେସର ଉପବାସ ରାଜନୀତି: ଉପବାସରେ ବସିବା ଠିକ୍ ପୂର୍ବରୁ ଖାଇଲେ ଛୋଲେ-ଭଟୋରେ,ଟ୍ଵିଟରରେ ଉଡ଼ିଲା କଂଗ୍ରେସ ଦଳର ମଜାକ congress

ପଢନ୍ତୁ; ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

Related posts

ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର

Krishna Kumar Manoj

କର୍ଣ୍ଣାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ,ବିଜେପି ଆଗୁଆ!

Krishna Kumar Manoj

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More