30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ପିପିଲିରେ କଂଗ୍ରେସର ଲଢୁଆନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅର ବିଜେଡିକୁ ଖୁଲମଖୁଲା ସମର୍ଥନ

ପିପିଲି ଉପନିର୍ବାଚନ ନେଇ ଏବେ ଜୋରଜାର ପ୍ରଚାର । ଏହାରି ମଧ୍ୟରେ କଂଗ୍ରେସକୁ ଏକ ଝଟକା ଲାଗିଛି । ପୂର୍ବତନ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତ ରାୟଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ଆଜି (ଗୁରୁବାର) ବିଜେଡିକୁ ଖୁଲମଖୁଲା ସମର୍ଥନ କରିଛନ୍ତି । ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓ ବିକାଶକୁ ନେଇ ସେ ବିଜେଡିକୁ ସମର୍ଥନ ଦେଇଥିବା କଥା କହିଛନ୍ତି। ଏହାକୁ ନେଇ କଂଗ୍ରେସ ଶିବିରରେ ଏବେ ହଲଚଲ୍‌ ସୃଷ୍ଟି ହୋଇଛି ।ଯୁଧିଷ୍ଠିର ସାମନ୍ତ ରାୟଙ୍କ ପୁଅ ବିଜେଡିକୁ ସାମର୍ଥନ ଦେବାରୁ ପିପିଲିରେ ନିର୍ବାଚନରେ କଂଗ୍ରେସର ସ୍ଥିତି ଆହୁରି ଖରାପ ହେବ ବୋଲି ଚର୍ଚ୍ଚା ଧରିଛି । ସେପଟେ କଂଗ୍ରେସ କହିଛି ଯେ, ଯୁଧିଷ୍ଠିର ସାମନ୍ତରାୟଙ୍କ ଗୋଷ୍ଠୀ ବିଜେଡିକୁ ସମର୍ଥନ କଲେ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡ଼ିବନି। କଂଗ୍ରେସ ଦଳରେ ରହି କିଭଳି ସେ ଦୋମୁହାଁ ନୀତିରେ ଥିଲେ ତାହା ସ୍ପଷ୍ଟ ବର୍ତ୍ତମାନ ହୋଇଛି । କଂଗ୍ରେସକୁ ଲୋକ ମାନେ ପିପିଲି ଉପନିର୍ବାଚନରେ ଜିତାଇବେ ବୋଲି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି ।

ସେପଟେ ବିଜେପି ମଧ୍ୟ ଆଜି ପ୍ରଚାରକୁ ଜୋରଦାର କରିଛି । ଯୁଧିଷ୍ଠିର ସାମନ୍ତରାୟଙ୍କ ଗୋଷ୍ଠୀ ବିଜେଡିକୁ ସମର୍ଥନ ଦେବା ବିଜେପି ପାଇଁ କୌଣସି ଫରକ ପଡ଼ିବନି ବୋଲି ବିଜେପିର ବରିଷ୍ଠ ନେତା ଗୋଲଖ ମହାପାତ୍ର କହିଛନ୍ତି। ବିଜେଡି ନିଜକୁ ଦୁର୍ବଳ ଭାବୁଥିବାରୁ ଅନ୍ୟ ଦଳରୁ ନେତାଙ୍କୁ ଆଣି ନିଜକୁ ଦୃଢ଼ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଏହି ଆସନରେ ବିଜେପି ବିଜୟୀ ହେବ ବୋଲି ସେ କହିଛନ୍ତି । ସେପଟେ ବିଜେଡି କହିଛି ବିଜେଡି ଦୁର୍ବଳ ନୁହେଁ । ନବୀନ ବାବୁଙ୍କ ସ୍ୱଚ୍ଛ ଓ ବିକାଶ ରାଜନୀତିରେ ପ୍ରଭାବିତ ହୋଇ ଅନ୍ୟ ଦଳରୁ ନେତା ଆସି ମିଶୁଛନ୍ତି । ବିଜେଡି ପିପିଲି ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବ । ପିପିଲି, ଡେଲାଙ୍ଗରେ ଆଜି ବିଭିନ୍ନ ଦଳର ତାରକା ପ୍ରଚାରକ ଘରକୁ ଘର ବୁଲି ନିଜନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ପଢନ୍ତୁ: ଆସନ୍ତା କାଲିଠାରୁ ୩ ଦିନ ପ୍ରବଳ ବର୍ଷା

Related posts

୫ ମାସରେ ୩୮ କୋଟିରୁ ଅଧିକ ଜୋରିମାନା ଆଦାୟ

Ratnamani Maharana

ଉତ୍ତର ଆଣ୍ଡାମାନ-ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

Ratnamani Maharana

ଭୁବନେଶ୍ୱର ‘ଜନପଥ’କୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ଦାବି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More