କଂଗ୍ରେସକୁ ଆଉ ଏକ ଝଟକା: ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

praksh behera

ଆଗକୁ ନିର୍ବାଚନ ସବୁ ଦଳ ନିଜକୁ ପ୍ରସ୍ତୁତ କରି ଦଳକୁ ଦୃଢ କରିବାକୁ ଚେଷ୍ଟା କରୁଥିବାବେଳେ କଂଗ୍ରେସକୁ ମିଳିଛି ଆଉ ଏକ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସାଲେପୁରର ବିଧାୟକ ପ୍ରକାଶ ବେହେରା । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗନେଇ ସେ ଦଳରୁ ଇସ୍ତଫା ଦେବାକଥା ଉଲ୍ଲେଖ କରିଛନ୍ତି। ସେ ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସ ଦଳରେ ରହିଆସିଥିଲେ। ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି  ଶୁଣୁ ନଥିଲେ ବୋଲି ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି।

ଦାମୋଦର ରାଉତଙ୍କ ପରେ ବିଜେପିରେ  ସାମିଲ୍‌ ହୋଇପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ପ୍ରକାଶ ସବୁଜ ଗଡରେ ଏଣ୍ଟ୍ରି କରିବା ବଦଳରେ ଗେରୁଆ ରଙ୍ଗରେ ନିଜକୁ ରଙ୍ଗିନ କରିବାକୁ ଅଣ୍ଟା ଭିଡିଥିବା ଚର୍ଚ୍ଚା ହେଉଛି ।
ପଢନ୍ତୁ: ନ୍ୟୁଜିଲ୍ୟାଣ୍ଡ ମସଜିଦରେ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ରେଣ୍ଟନ୍ ଟାରାଣ୍ଟ୍ କୋର୍ଟରେ ହାଜର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More