ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ମହିଳା କାର୍ଡ: ମାଗଣା ଶିକ୍ଷା ଓ ବିବାହ ସହାୟତା

rahulgandhi

ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ସ୍ଵତନ୍ତ୍ର ମହିଳା କାର୍ଡ: ମହିଳାଙ୍କୁ ମିଳିବ ମାଗଣା ଶିକ୍ଷା ଓ ବିବାହ ସହାୟତା

ବାଙ୍କବଜାର ପଡିଆରେ ଆୟୋଜିତ ପରିବର୍ତନ ସମାବେଶରେ  ଯୋଗ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।  ଆନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟର ମହିଳାମାନଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କର ପ୍ରତିଶ୍ରୁତି  କଂଗ୍ରେସ ଶାସନକୁ ଆସିଲେ ଛାତ୍ରୀଙ୍କୁ ମିଳିବ ମାଗଣାରେ ପ୍ରାଥମିକ ସ୍ତରରୁ ବୈଷୟିକ, ମେଡିକାଲ ଓ ଉଚ୍ଚ ଶିକ୍ଷା ସୁବିଧା। ବିଧାବାଙ୍କ ଭତ୍ତା ହେବ ୨୦୦୦। ଗରିବ ଝିଅମାନଙ୍କୁ ବିବାହ  ସମୟରେ ମିଳିବ ଆର୍ଥିକ ସହାୟତା। ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ସ୍ଵତନ୍ତ୍ର ମହିଳା ଅଧିକାରୀ। କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ରୁଣ ଛାଡ କରିବା  ଧାନର ସହାୟକ ମୂଲ୍ୟ ବୃଦ୍ଧି ଏପରି ବହୁ ପ୍ରତିଶ୍ରୁତି।

ରାହୁଲ କହିଥିଲେ ଓଡିଶାର ବିକାଶ  ପାଇଁ ଖଣିଜ ସମ୍ପଦ ଭରପୁର ହୋଇରହିଛି। ଏହାର ସଦବିନିଯୋଗ କରାଯାଉନଥିବାରୁ ଓଡିଶା ଗରିବ ରାଜ୍ୟରେ ପରିଣୀତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନିଜ ସମରକୀୟ ଶିଳ୍ପପତିଙ୍କୁ  ସୁହାଇଲାଭଳି କାର୍ଯ୍ୟ କରୁଛନ୍ତି। କଂଗ୍ରେସ ଆସିଲେ ନିଜ ମନର କଥା କହିବନି ସାଧାରଣ ଲୋକଙ୍କ କଥାରେ ଚାଲିବ ବୋଲି ସେ କହିଛନ୍ତି।

ପଢନ୍ତୁ: ବୈଜୟନ୍ତଙ୍କୁ ମିଳିଲା ବିଜେପି ଜାତୀୟ ଉପସଭାପତି ଓ ମୁଖ୍ୟପାତ୍ର ଦାୟିତ୍ଵ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More