Loading...

କନ୍ୟାକୁମାରୀରୁ କାଶ୍ମୀର: ସରିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

କନ୍ୟାକୁମାରୀରୁ କାଶ୍ମୀର: ସରିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

୨୦୨୨ ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା କଂଗ୍ରେସ ଦଳର ଭାରତ ଯୋଡ଼ୋ ଯାତ୍ରା ଆଜି ଶ୍ରୀନଗରରେ ଶେଷ ହୋଇଛି।

୨୦୨୨ ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା କଂଗ୍ରେସ ଦଳର ଭାରତ ଯୋଡ଼ୋ ଯାତ୍ରା ଆଜି ଶ୍ରୀନଗରରେ ଶେଷ ହୋଇଛି। କନ୍ୟାକୁମାରୀରୁ ବାହାରିଥିବା ଏହି ପଦଯାତ୍ରା ଶ୍ରୀନଗରରେ ପହଞ୍ଚିବା ପାଇଁ ୧୪୬ ଦିନ ସମୟ ନେଇଛି। ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଉକ୍ତ ଯାତ୍ରା ୩୯୭୦ କିଲୋମିଟରର ପଥ ଅତିକ୍ରମ କରିଛି। ପ୍ରବଳ ଥଣ୍ଡା, ବରଫପାତ ଏବଂ ଅନ୍ୟାନ୍ୟ ପ୍ରତିକୂଳ ପାଗ ମଧ୍ୟରେ ଉକ୍ତ ଯାତ୍ରାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଶ୍ରୀନଗରସ୍ଥିତ କଂଗ୍ରେସ ଦଳର କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଛି। ଏହାପରେ ଶେର୍‌-ଏ-କାଶ୍ମୀର କ୍ରିକେଟ ଷ୍ଟାଡ଼ିୟମରେ ରାଲି ଅନୁଷ୍ଠିତ ହୋଇଛି। ଉକ୍ତ ରାଲିରେ ରାହୁଲ ଗାନ୍ଧିଙ୍କ ସମେତ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ପ୍ରମୁଖ ଉଦ୍‌ବୋଧନ ଦେଇଛନ୍ତି।ରାହୁଲ ଏହି ଅବସରରେ କହିଛନ୍ତି, ମୁଁ ଏହି ଯାତ୍ରା କଂଗ୍ରେସ କିମ୍ବା ମୋ ପାଇଁ ନୁହେଁ ବରଂ ଦେଶର ଲୋକଙ୍କ ପାଇଁ କରିଛି। ଦେଶର ଭିତ୍ତିଭୂମିକୁ ନଷ୍ଟ କରିଦେବା ପାଇଁ ଯେଉଁ ଆଦର୍ଶ କାର୍ଯ୍ୟ କରୁଛି ତାହା ବିରୋଧରେ ଛିଡ଼ା ହେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଜମ୍ମୁ କାଶ୍ମୀରରେ ତାଙ୍କ ଭଳି ଯାତ୍ରା କରିବା ପାଇଁ ସେ ବିଜେପିର ଶୀର୍ଷ ନେତାମାନଙ୍କୁ ଆହ୍ବାନ କରିଛନ୍ତି। ଭୟ କାରଣରୁ ସେମାନେ ଏହି ଯାତ୍ରା କରିପାରିବେ ନାହିଁ ବୋଲି ରାହୁଲ ଗ୍ୟାରେଣ୍ଟି ଦେଇଛନ୍ତି। ୨୧ଟି ରାଜନୈତିକ ଦଳକୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସୁରକ୍ଷା କାରଣରୁ କିଛି ଦଳ ଏଥିରେ ଯୋଗ ଦେଇନାହାନ୍ତି। ତେବେ ୧୨ଟି ଦଳ ଏଥିରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଗତକାଲି ପଦଯାତ୍ରା ଲାଲ ଚୌକଠାରେ ସଂପନ୍ନ ହୋଇଥିଲା। ସେଠାରେ ରାହୁଲ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। କିନ୍ତୁ ଆନୁଷ୍ଠାନିକଭାବେ ସୋମବାର ଏହି ଯାତ୍ରାର ଉଦ୍‌ଯାପନ ହୋଇଛି। ପଦଯାତ୍ରା ଅବଧିରେ ରାହୁଲ ୧୦୦ରୁ ଅଧିକ ସଭା, ୧୩ଟି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଚାଲିବା ସମୟରେ ୨୭୫ ଥର ବିଭିନ୍ନ ପ୍ରସଙ୍ଗରେ ସେ ମନ୍ତବ୍ୟ ଦେବା ସହିତ ଆଲୋଚନା କରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.