POLITICALS

ବିଜେଡି ପରେ ଏବେ କଂଗ୍ରେସ ବି ଖେଳିବ ମହିଳା କାର୍ଡ

ପ୍ରଥମେ ଓଡିଶାରେ ନବୀନଙ୍କ ମହିଳା କାର୍ଡରେ ୩୩% ମହିଳା ପ୍ରାର୍ଥୀ  ଦେବା ଘୋଷଣାପରେ , ଟିଏମସି  ଏବେ କଂଗ୍ରେସ ବି ଖେଳିବ ମହିଳା କାର୍ଡ । ଚଳିତ ନିର୍ବାଚନରେ ଏଥର ଅଧିକ ମହିଳା ପ୍ରାର୍ଥୀ ଦେବ କଂଗ୍ରେସ  । ଦଳକୁ ଅଧିକ ସଂଖ୍ୟାରେ ମହିଳା ଭୋଟ ଆଣିବା ପାଇଁ ହାଇକମାଣ୍ଡ କରିଛନ୍ତି ଏହି ଯୋଜନା ।  ଆଉ ଏନେଇ ହୋମୱାର୍କ ଆରମ୍ଭ କରିଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ଦୁଇ ଦିନ ଭିତରେ କିଛି ମହିଳା ପ୍ରାର୍ଥୀ ବାହାର କରିବା ସହିବା ସହିତ ସଂଶୋଧିତ ତାଲିକା ସହ ପୁଣି ଦିଲ୍ଲୀ  ଯିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଆସନ୍ତା ୧୬ରେ  ହେବାକୁ ଥିବା ଦ୍ୱିତୀୟ ନିଖିଳ ଭାରତ କଂଗ୍ରେସ କମିଟି(ଏଆଇସିସିର )ସ୍କ୍ରିନିଂ କମିଟିର ବୈଠକରେ ଅଧିକ ମହିଳା ପ୍ରାର୍ଥୀ ସହ ତାଲିକା ଦେବାକୁ କହିଛନ୍ତି କମିଟି ଅଧ୍ୟକ୍ଷ ଭି.ଡି ସାଥୀସାନ । ଏପରିକି ଏହା ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କ ନିର୍ଦେଶ ବୋଲି ସୂଚାଇ ଦେଇଛନ୍ତି ।

ପଢନ୍ତୁ: ଭାରତକୁ ଆତଙ୍କବାଦୀ ମାସୁଦର ଧମକ: ଅଡିଓ କ୍ଲିପରେ ଜାରି

Related posts

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ

ENO Beuro

ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ନରେନ୍ଦ୍ର ମୋଦି ଅତିଥି ହୋଇ ଆସନ୍ତୁ ବୋଲି କହିଲେ ନବୀନ

Ratnamani Moharana

ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

ENO Beuro

Leave a Comment