POLITICALS

ଟିଭି ବିତର୍କରୁ ଦୂରେଇଲେ କଂଗ୍ରେସ ମୁଖପାତ୍ର

Ccc

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ସମାଲୋଚନା ସହି ପାରୁନାହାନ୍ତି ବିରୋଧୀ ଦଳ । ଫଳାଫଳ ପୂର୍ବରୁ ଯେଉଁ ଦଳର ନେତାମାନେ ଟିଭି ବିତର୍କ ଓ ମିଡିଆ ସାମ୍ନାରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଆକ୍ଷେପ କରୁଥିଲେ, ଏବେ ସେମାନେ ମିଡିଆ, ବିଜେପି ନେତା ଓ କର୍ମୀଙ୍କ ସମାଲୋଚନାରୁ ବର୍ତ୍ତିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାହୁଲ  ଆଲୋଚନା କରିଛନ୍ତି | ଏବେ ଆପଣଙ୍କୁ ଟିଭି ପରଦାରେ କଂଗ୍ରେସ ମୁଖପାତ୍ରଙ୍କୁ ଦେଖିବାକୁ ପାଇବେ ନାହିଁ |

ଶନିବାର ଦିନ ହୋଇଥିବା ବୈଠକରେ କଂଗ୍ରେସର କୌଣସି ମୁଖପାତ୍ର ନ୍ୟୁଜ୍ ବିତର୍କ  କାର୍ଯ୍ୟକ୍ରମରେ ସାମିଲ ନହେବା ପାଇଁ ବାରଣ କରାଯାଇଛି। ସେହିପରି କଂଗ୍ରେସର କୌଣସି ପ୍ରତିନିଧିଙ୍କୁ ମଧ୍ୟ ଡିବେଟ୍ ଶୋରେ ସାମିଲ ନକରିବା ପାଇଁ ସମସ୍ତ ଚ୍ୟାନେଲ ଓ ତାର ସମ୍ପାଦକମାନଙ୍କୁ ଅନୁରୋଧ କରାଯାଇଛି । ଗତକାଲି ସମାଜବାଦୀ ପାର୍ଟି  ଦଳର ଜଣେ ମୁଖପାତ୍ର ଦଳୀୟ ନିର୍ଦ୍ଦେଶ ନମାନି ଟିଭି ବିତର୍କରେ ସାମିଲ ହୋଇଥିବାରୁ ଦଳ ତାଙ୍କୁ ବହିଷ୍କାର କରିଛି। ସେହିପରି ଜେଡିଏସ୍‌  ମଧ୍ୟ ଟିଭି ବିତର୍କ ଓ ଗଣମାଧ୍ୟମରେ ଦଳୀୟ ନେତାଙ୍କୁ ସାମିଲ ନହେବାକୁ ନିର୍ଦ୍ଦେଶ ଦେଇଛି।
ପଢନ୍ତୁ: ପ୍ରଥମ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ୟ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ ଜାରି

Related posts

ପ୍ରଥମ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ୟ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ ଜାରି

Ratnamani Moharana

ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା ଓ ୪୨ ବିଧାନସଭା ଲାଗି ହେବ ପ୍ରାର୍ଥୀପତ୍ର ଚୟନ

Ratnamani Moharana

ବିଧାନସଭାରେ ମନା ମୋବାଇଲ

Ratnamani Moharana

Leave a Comment