EnewsOdia.Com

ନୂଆବର୍ଷରେ ଉତ୍ସବ ପରିବର୍ତ୍ତେ ଉପବାସ କରିବ କଂଗ୍ରେସ

ଆଉ କିଛି ଘଣ୍ଟାପରେ ଆସିବ ନୂଆବର୍ଷ। ନୂଆବର୍ଷକୁ ଅନେଇ ରହିଛନ୍ତି ଦେଶବାସୀ। ନୂଆବର୍ଷକୁ କିଏ କିପରି ପାଳନ କରିବ ତାହା ପ୍ରସ୍ତୁତି ମଧ୍ୟ ସରିଲାଣି। ତେବେ ଏହି ନୂଆବର୍ଷକୁ ପାଳିବନି କଂଗ୍ରେସ। ଏନେଇ ସୂଚନା ଦେଇଛି ଜାତୀୟ କଂଗ୍ରେସ ଦଳ।  ନୂଆବର୍ଷକୁ ଧୁମଧାମରେ ପାଳିବା ପରିବର୍ତ୍ତେ ଦଳ ଉପବାସରେ ବସିବ ବୋଲି ଜଣାପଡ଼ିଛି। ଉତ୍ସବ ପାଳିବା ପରିବର୍ତ୍ତେ କଂଗ୍ରେସ ଦଳ ଡିସେମ୍ବର ସନ୍ଧ୍ୟାରୁ ଜାନୁୟାରୀ ୧ସକାଳ ପର୍ଯ୍ୟନ୍ତ ଉପବାସରେ ବସିବେ। ଏହି ଉପବାସ କାର୍ଯ୍ୟକ୍ରମରେ ଦଳର ଅନେକ ବରିଷ୍ଠ ନେତା ଭାଗ ନେବାର ସୂଚନା ରହିଛି।

ଦେଶର ଅର୍ଥନୀତିରେ ଦିନକୁ ଦିନ ଅବନତି, ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି, ସିଏଏ ଆଇନକୁ ପ୍ରତିବାଦ ଏଭଳି ଅନେକ ବ୍ୟବସ୍ଥାକୁ ବିରୋଧ କରିବା ପାଇଁ ଏପରି ଦଳ କରୁଥିବା କହିଛନ୍ତି ଦଳର ବରିଷ୍ଠ ନେତା। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହେତୁ ଲୋକମାନେ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି କାରଣରୁ ଦଳ ଏଥର ନୂଆବର୍ଷ ନ ପାଳିବାକୁ ନିଷ୍ପତ୍ତି ନେଇଛି।

ପଢନ୍ତୁ: ନୂଆବର୍ଷ ପାଇଁ ରାତି ଗୋଟାଏରୁ ଦର୍ଶନ ଦେବେ ଶ୍ରୀ ଜଗନ୍ନାଥ

ସମ୍ବନ୍ଧିତ ଖବର

ଦୁଲୁକୁଛି ବିଜେପୁର ପ୍ରଚାର ମଇଦାନ, ଆଜି ସରିବ ପ୍ରଚାର

Ratnamani Maharana

ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ଦାବି

Ratnamani Maharana

ଗାନ୍ଧି ପରିବାରକୁ ଆଉ ମିଳିବନି SPG ସୁରକ୍ଷା

Ratnamani Maharana

ଦୁର୍ନୀତିରେ କର୍ଣ୍ଣାଟକା ଭାରତରେ ନଂ ୧

Ratnamani Maharana

ମୋଦୀଙ୍କ ନିମନ୍ତ୍ରଣ ରକ୍ଷାକରି ଭାରତ ଆସିପାରନ୍ତି ଡୋନାଲ୍ଡ ଟ୍ରମ୍ପ୍‌

Ratnamani Maharana

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ୨୦ ଲକ୍ଷ ଡଲାର ଜରିମାନା

Ratnamani Maharana