26.1 C
Bhubaneswar
September 28, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ବର୍ଦ୍ଧିତ ତୈଳ ଦରକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ରାଜ୍ୟରେ ପ୍ରତିଦିନ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ସବୁ ଜିଲ୍ଲାରେ ୧୦୦ ଉପରେ ଲିଟର ପିଛା ପେଟ୍ରୋଲ ଦର ରହିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ବିଜେପିକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । ୯ ତାରିଖରେ ଜିଲ୍ଲାସ୍ତରରେ ଧାରଣା ଦେବେ । ପରେ ୧୪ ତାରିଖରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସାଧାରଣ ଲୋକଙ୍କୁ କେତେ ଶୋଷିଲେ ବିଜେପି ସନ୍ତୁଷ୍ଟ ହେବ ବୋଲି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ମହଙ୍ଗା ମାଡ଼ର ଜବାବ ଲୋକ ନିଶ୍ଚୟ ଦେବେ ।

କେନ୍ଦ୍ର ସରକାର କରୋନା ବେଳେ ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ଭାର ଲଦିଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ଦୈନଦିନ ବ୍ୟବହାର ହେଉଥିବା ସାମଗ୍ରୀ ଦର ବି ବଢ଼ିଛି । ତେଣୁ ଆସନ୍ତା ୧୫ରେ ସାଧାରଣ ଲୋକଙ୍କୁ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ କଂଗ୍ରେସ ନିବେଦନ କରିବ ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ ଅଭିଯାନ କଂଗ୍ରେସ କରିବ କଂଗ୍ରେସ ।

ପଢନ୍ତୁ: ପଶୁମାନଙ୍କୁ କରୋନା ଟିକା ଦେଉଛି ଆମେରିକା

Related posts

ମାନିଲେନି ବିଡିଏର ପାର୍କିଂ ଫି’ ଆଦାୟ ବନ୍ଦ ନିର୍ଦ୍ଦେଶ, ନିର୍ଭୟରେ ଆଦାୟ କଲେ ଫି’

Ratnamani Maharana

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

Ratnamani Maharana

ବଢ଼ିଲା ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More