ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ରାଜସ୍ଥାନ ଉପନିର୍ବାଚନରେ ବିଜେପି ସଫା

ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ମୋଟ୍ ୩ ଲୋକସଭା ସିଟ୍ ଏବଂ ୨ ବିଧାନସଭା ସିଟ୍ ଉପରେ ହୋଇଥିବା ଉପ ନିର୍ବାଚନ  ଗତକାଲି ପ୍ରକାଶ ପାଇଛି। ଏହି ସବୁ ସିଟରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ରାଜସ୍ଥାନରେ କଂଗ୍ରେସ ଦୁଇଟି ଲୋକସଭା ସିଟରେ ବହୁତ ଆଗୁଆ ରହି ବିଜୟର ଦ୍ଵାରଦେଶରେ ଥିବା ବେଳେ ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ ବିଜୟୀ ହୋଇଛି।

ମନ୍ଦଲଗଡ଼ ବିଧାନସଭା ଆସନ ସମେତ ଆଜମେର୍‌ ଓ ଅଲଓ୍ଵାର ଲୋକସଭା ଆସନକୁ ଦଖଲ କରି କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ଶକ୍ତ ରହିଥିବା ସଂକେତ ଦେଇଛି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶୀର୍ଷ ଯୋଦ୍ଧା ଥିବା ସଚିନ୍‌ ପାଇଲଟ, ସିପି ଯୋଶୀ ଏବଂ ଜିତେନ୍ଦ୍ର ସିଂହ ଭଓ୍ଵାଁରଙ୍କ ପ୍ରଭାବ ଥିବା ଏହି ତିନିଟି ଯାକ ଆସନରେ କଂଗ୍ରେସ ବିଜେପିକୁ ନୟାନ୍ତ କରି ରାହୁଲଙ୍କ ଲୋକପ୍ରିୟତା ବଢ଼ିଥିବା ପ୍ରମାଣିତ କରିଛି। ଉଲ୍ଲସିତ ରାହୁଲ୍‌ ରାଜ୍ୟବାସୀଙ୍କୁ ସାଧୁବାଦ ଜଣାଇବା ସହ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଟ୍ଵିଟରରେ ପ୍ରତିକ୍ରିୟା ରଖିିଛନ୍ତି।

ଏହି ପରାଜୟ ପଛର କାରଣ ଅନୁଧ୍ୟାନ କରିବ ବୋଲି ବିଜେପି ନେତା କୈଳାସ ବିଜୟଭର୍ଗୀୟ ମତ ରଖିବା ସହ ଏହି ଫଳାଫଳ ସମଗ୍ର ଚିତ୍ରକୁ ପ୍ରତିଫଳିତ କରିବନି ବୋଲି କହିଛନ୍ତି। ଅପରପକ୍ଷେ, ଦଳର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜକୁ ଦାୟୀ କରିବା ସହ ଲୋକଙ୍କ ପାଇଁ ସେବା ସେମିତି ଜାରି ରହିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ,ମନ୍ଦଲଗଡ଼ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିବେକ ଧକଡ଼ ୧୨,୯୭୬ ଭୋଟ୍‌ ବ୍ୟବଧାନରେ ବିଜେପିର ଶକ୍ତି ସିଂହ ହଦାଙ୍କୁ ହରାଇଦେଇଛନ୍ତି। ସେହିପରି ଅଲଓ୍ଵାର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ କରଣ ସିଂହ ଯାଦବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଯଶବନ୍ତ ଯାଦବଙ୍କୁ ପାଖାପାଖି ଲକ୍ଷେ ୯୬ ହଜାର ଭୋଟରେ ହରାଇଦେଇଛନ୍ତି। ଆଜମେର ଲୋକସଭା ଆସନରେ ମଧ୍ୟ କଂଗ୍ରେସର ରଘୁ ଶର୍ମା ବିଜେପି ପ୍ରାର୍ଥୀ ରାମ ସ୍ୱରୂପ ଲାମ୍ବାଙ୍କ ଠାରୁ ୮୦ ହଜାରରୁ ଅଧିକ ଭୋଟ ପାଇଁ ବିଜେତା ହୋଇଛନ୍ତି।

ଏହି ଉପନିର୍ବାଚନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିଥିବା ବେଳେ କଂଗ୍ରେସ ପାଇଁ ଲୋକଙ୍କ ଭିତରେ ଆସ୍ଥା ଫେରିପାଇବାର ସୁଯୋଗ ରୂପେ ଉଭା ହୋଇଥିଲା। ଏହାକୁ ଉପନିର୍ବାଚନ ନମଣି ପୂର୍ଣ୍ଣମାତ୍ରାର ନିର୍ବାଚନ ଭାବେ ଗ୍ରହଣ କରି ବସୁନ୍ଧରା ରାଜେ ସିନ୍ଧିଆ ଏବଂ କଂଗ୍ରେସର ସଚିନ ପାଇଲଟ୍‌ ପ୍ରଚାରକୁ ଜୋରଦାର୍‌ କରିଥିଲେ। ରାଜ୍ୟରେ ଗୋସୁରକ୍ଷା ନାମରେ ମୁସ୍‌ଲିମ୍‌ଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବାରେ ବସୁନ୍ଧରାଙ୍କ ବିଜେପି ସରକାର ବିଫଳ ବୋଲି ଚର୍ଚ୍ଚା ହେଉଥିଲା। ଅପରପକ୍ଷେ, ରାଜ୍ୟରେ ଶାସନ ବିରୋଧୀ ହାଓ୍ଵାକୁ ପ୍ରତିହତ କରିବାରେ ବସୁନ୍ଧରା ବିଫଳ ହୋଇଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି।

ପଢନ୍ତୁ ;

ଆବଣ୍ଟନର ସ୍ୱଚ୍ଛତା ପାଇଁ ରୋଷ୍ଟର ପ୍ରଣାଳୀର ଘୋଷଣା କଲେ : ଜଷ୍ଟିସ୍‌ ଦୀପକ ମିଶ୍ର

ମନ୍ଦଲଗଡ଼ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିବେକ ଧକଡ଼ ୧୨,୯୭୬ ଭୋଟ୍‌ ବ୍ୟବଧାନରେ ବିଜେପିର ଶକ୍ତି ସିଂହ ହଦାଙ୍କୁ ହରାଇଦେଇଛନ୍ତି। - 4.7

93%

ଉଲ୍ଲସିତ ରାହୁଲ୍‌ ରାଜ୍ୟବାସୀଙ୍କୁ ସାଧୁବାଦ ଜଣାଇବା ସହ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଟ୍ଵିଟରରେ ପ୍ରତିକ୍ରିୟା ରଖିିଛନ୍ତି। - 4

80%
4.3/5

Very Good!

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ମୋଟ୍ ୩ ଲୋକସଭା ସିଟ୍ ଏବଂ ୨ ବିଧାନସଭା ସିଟ୍ ଉପରେ ହୋଇଥିବା ଉପ ନିର୍ବାଚନ  ଗତକାଲି ପ୍ରକାଶ ପାଇଛି। ଏହି ସବୁ ସିଟରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ରାଜସ୍ଥାନରେ କଂଗ୍ରେସ ଦୁଇଟି ଲୋକସଭା ସିଟରେ ବହୁତ ଆଗୁଆ ରହି ବିଜୟର ଦ୍ଵାରଦେଶରେ ଥିବା ବେଳେ ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ ବିଜୟୀ ହୋଇଛି।

No Votes Yet

You're not rated yet