POLITICALS

କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

ମଧ୍ୟପ୍ରଦେଶର ସତନା ଜିଲ୍ଲା ଅନ୍ତର୍ଗତ ଚିତ୍ରକୁଟ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ବାଜି ମାର କରିଛି । କଂଗ୍ରେସ ପ୍ରାର୍ଥୀ ନୀଲାଂଶୁ ଚତୁର୍ବେଦୀ ବିଜେପି ପ୍ରାର୍ଥୀ ଶଙ୍କରଦୟାଲ ତ୍ରିପାଠୀଙ୍କୁ ୧୪,୧୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି ଉପନିର୍ବାଚନରେ ୯ ନିର୍ଦ୍ଦଳୀୟଙ୍କ ସମେତ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ। ନୀଲାଂଶୁଙ୍କୁ ୬୬,୮୧୦ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୫୨୬୭୭ ଭୋଟ୍‌ ମିଳିଛି । ଭୋଟଗଣତି ଆରମ୍ଭରୁ ହିଁ ନୀଲାଂଶୁ ଆଗରେ ରହିଥିଲେ। ୧୯ ରାଉଣ୍ଡ ଗଣତି ପରେ ସେ ନିର୍ଣ୍ଣାୟକ ବିଜୟ ହାସଲ କରିଛନ୍ତି ।

ଏହି ବିଧାନସଭା  ସିଟ୍ ପାଇଁ ନଭେମ୍ବର ୯ରେ ମତଦାନ ହୋଇଥିଲ।।  ଏଠାରେ ପ୍ରାୟ ୬୨ ପ୍ରତିଶତ ଭୋଟିଂ ହୋଇଥିଲା। ଏହି ସିଟ୍ ପାଇଁ ସିଧାସଳଖ କଂଗ୍ରେସ ଓ ବିଜେପି ମଧ୍ୟରେ ମୁକାବିଲା ହୋଇଥିଲା । ବିଜେପି ଏହି ପଦ ପାଇଁ ଯଥାସାଧ୍ୟ ଚେଷ୍ଟା ଚଳେଇଥିଲା, ମାତ୍ର ନିର୍ବାଚନର ପରିମାଣ ବିଜେପି ପାଇଁ ନିରାଶଜନକ ସାବ୍ୟସ୍ତ ହୋଇଛି।

ବିଜେପି ପରାଜିତ ହେବା ପରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଟ୍ଵିଟ୍ କରି କହିଛନ୍ତି ଯେ ଚିତ୍ରକୂଟରେ ବିଜେପିର ପରାଜୟ ପରିବର୍ତ୍ତନର ହାଓ୍ଵାକୁ ଏହା ଦର୍ଶାଇଛି।  ନୋଟବନ୍ଦୀ ଓ ଜିଏସଟିର ପ୍ରକୃତ ସତ୍ୟ ଲୋକ ବୁଝି ଗଲେଣି। ଏହାର ପରିଣାମ ଜନତାଙ୍କ ମନରେ ବିଜେପି ପ୍ରତି ବଢ଼ୁଥିବା ଅବିଶ୍ଵାସ ଓ ବିରୋଧକୁ ଦର୍ଶାଉଛି।  ବିଜେପିର ଏହି ପରାଜୟର ହାଓ୍ଵା ଗୁଜରାଟ ପର୍ୟ୍ୟନ୍ତ ଯିବ। ଚିତ୍ରକୂଟ ପରେ ଏବେ ଗୁଜରାଟରେ ବିଜେପିର ପାଳି।

ଉଲ୍ଲେଖଯୋଗ୍ୟ କଂଗ୍ରେସ ବିଧାୟକ ପ୍ରେମ ସିଂହଙ୍କ ଚଳିତ ବର୍ଷ ନିଧନ ପରେ ଚିତ୍ରକୂଟ ବିଧାନସଭା କ୍ଷେତ୍ରରେ ନଭେମ୍ବର ୯ରେ ନିର୍ବାଚନ ହୋଇଥିାଲ। କ୍ରମାଗତ ତୃତୀୟ ଥର କଂଗ୍ରେସ ଏହି ସିଟରୁ ଜିତି ଆସୁଛି। ତିନି ଥର ପ୍ରେମ ସିଂହ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ।  ଏଥିପାଇଁ ଏହି ନିର୍ବାଚନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ଥିଲା। କଂଗ୍ରେସଠୁ ଏହି ସିଟ୍ ଛଡ଼ାଇବା ପାଇଁ ଶିବରାଜ ସମସ୍ତ ଶକ୍ତି ଲଗାଇ ଦେଇଥିଲେ।

କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

ପଢନ୍ତୁ, ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଇତା ଲାଗି ନିତି, ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନରୁ ବଞ୍ଚିତ

Related posts

ଶତୃଘ୍ନଙ୍କ ଟିକଟ କଟିଲା ଏନଡିଏ: ନିଉଟନଙ୍କ ନିୟମ ଭଳି ଜବାବ ଦେବେ ଶତୃଘ୍ନ

Ratnamani Moharana

ରାହୁଲ ବିରୋଧୀ ବୟାନ ଦେଇଥିବା ବିଏସପି ନେତାଙ୍କୁ ବହିଷ୍କୃତ କଲେ ମାୟାବତୀ

ENO Beuro

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

Ratnamani Moharana

1 comment

Leave a Comment