News

ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଯାଇ ଜଗା ବଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ଅସ୍ତ୍ରୋପଚାର ପରେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ ଦେଖାଦେଇଛି । ଜଗା ଡାକ୍ତରଙ୍କ କଥା ବୁଝିପାରୁଛି ଏବଂ ମଝିରେ ମଝିରେ ଗୋଡ ହାତ ବି ହଲାଉଛି । ଆଉ ଦୁଇ-ତିନି ଦିନ ପରେ ଜଗାକୁ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ମତ ଦେଇଛନ୍ତି ।

ତେବେ ଜଗାର ଏଭଳି ଉନ୍ନତି ମନରେ ଖୁସି ଆଣୂଥିବା ବେଳେ ବଳିଆର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ରହିଛି । ବଳିଆ ପାଇଁ ଆଉ କିଛି ଦିନ ଲାଗିପାରେ ବୋଲି ଆକଳନ କରୁଛନ୍ତି ଡାକ୍ତର । ନିଦ ଔଷଧ ଯୋଗୁଁ ବଳିଆ ଅଧିକ ସମୟ ଶୋଇ ରହୁଛି । ମସ୍ତିଷ୍କର ମୁଖ୍ୟ ସିରା ଜାଗା ପାଖରେ ରହିଥିବାରୁ ବଳିଆ ପାଇଁ କୁତ୍ରିମ ସିରା ପ୍ରସ୍ତୁତ କରାଯାଇଛି । ଏହି କୁତ୍ରିମ ସିରା କାମ କରିବାକୁ ସମୟ ନେବା ବୋଲି ଡାକ୍ତର ମାନେ କହୁଛନ୍ତି ।

ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଏମ୍ସର ଡାକ୍ତରୀ ଦଳ ଏମାନଙ୍କ ଉପରେ ୨୪ ଘଂଟା ନଜର ରଖିଛନ୍ତି । ଜାଗାକୁ ତା’ ମା’ ପୁଷ୍ପାଞ୍ଜଳି କୁଆଁର ଡାକିବାରୁ ସେ ଶୁଣିଲା ଓ ଚିହ୍ନିଲା ମଧ୍ୟ । ଏହି ବିରାଟ କାମପାଇନ ଜାଗା-ବଳିଆଙ୍କ ମା’ ଅତ୍ୟନ୍ତ ଭାବବିହ୍ଵଳ ହେଇ ଏମ୍ସ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଜଗା ବଳିଆ କିଭଳି ସୁସ୍ଥ ହୋଇ ଫେରିଆସିବେ ସେ ନେଇ ଚାହିଁ ବସିଛି ସାରା ଓଡିଶା ।

ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି   ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି

Related posts

ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ENO Beuro

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

ENO Beuro

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ENO Beuro

4 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More