News

ଅସ୍ତ୍ରୋପଚାର ସଫଳ ହୋଇଛି ସତ ହେଲେ ବଳିଆକୁ ନେଇ ଚିନ୍ତା ବଢିଯାଇଛି

ଅସ୍ତ୍ରୋପଚାର ସଫଳ ହୋଇଛି ସତ ହେଲେ ବଳିଆକୁ ନେଇ ଚିନ୍ତା ବଢିଯାଇଛି

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କୁ ମାସେ ପୁରିଛି । ହେଲେବି ଏପର୍ଜ୍ୟନ୍ତ ବଳିଆର ସ୍ଵାସ୍ଥ୍ୟରେ କିଛି ବି ସୁଧାର ଆସିନି । ଡାକ୍ତରମାନେ ବଳିଆ ଉପରେ ନିୟମିତ ନଜର ରଖିଛନ୍ତି । ହୃତପିଣ୍ଡ, କିଡନି ଓ ଲିଭର ଆଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଠିକ୍ ଥିବାବେଳେ ତାକୁ ବାରମ୍ବାର ବାତ ମାରିବା ସମସ୍ୟାରେ ମଧ୍ୟ ଉନ୍ନତି ଆସିଛି । ଗତ ମାସକ ମଧ୍ୟରେ କାଳିଆ ୫ରୁ ୬ଥର ଗୋଡ଼ ହଲାଇଥିଲା ଓ ଅଧା ଆଖି ଖୋଲିଥିଲା । କିନ୍ତୁ ସେଭଳି କିଛି ବିଶେଷ ଉନ୍ନତି ଆସିନି ବଳିଆ ସ୍ଵାସ୍ଥ୍ୟରେ ।

ଅପରପକ୍ଷେ ସୁସ୍ଥ ହେଉଛି ଜଗା । ଖିଆ ପିଆ ସହ ଶୋଇକି ବଲ ମଧ୍ୟ ଖେଳୁଛି । ବାପା ମା’ଙ୍କ ସହ ସମୟ ବିତଉଛି । ସାଧାରଣ ୱାର୍ଡରେ ରହି ଚିକିତ୍ସା ହାଉଛି ଜଗା ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମିଲୁପଡ଼ା ନିବାସୀ ଭୂୟାଁ କହଁର ଓ ଅଞ୍ଜଳି କହଁରଙ୍କ ସନ୍ତାନ ଜଗା ଓ ବଳିଆଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ି ହୋଇ ରହିଥିଲା । ସରକାରଙ୍କ ସଂପୂର୍ଣ୍ଣ ସହାୟତା ଓ ତତ୍ଵାବଧାନରେ ଯୋଡା ମୁଣ୍ଡକୁ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯାଇଥିଲା ।  ଏହି ଅସ୍ତ୍ରୋପଚାର ସଫଳ ହୋଇଛି ସତ ହେଲେ ବଳିଆକୁ ନେଇ ଚିନ୍ତା ବଢିଯାଇଛି । ଦୁଇ ଭାଇଙ୍କ ସୁସ୍ଥତା ସହ ଗୃହ ଗମନକୁ ସାରା ଓଡିଶାବାସୀ ଚାହିଁ ରହିଛନ୍ତି ।

ପଢନ୍ତୁ, ଅଶ୍ଵିନି, ଜାଡ଼େଜା ଓ ଇଶାନ୍ତଙ୍କ ଧମାକାଦାର ବୋଲିଙ୍ଗରେ ଶ୍ରୀଲଙ୍କା ୨୦୫ ରନରେ ଅଲଆଉଟ୍

Related posts

ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର !

ENO Beuro

ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ

Ratnamani Moharana

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ENO Beuro

Leave a Comment