News

ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଠିକାଦାର ସଂପୂର୍ଣ୍ଣ ଦାୟୀ , ଇଂଜିନିୟରଙ୍କୁ କ୍ଲିନଚିଟ୍

ବମିଖାଲ, ପୋଖୋରିପୁଟ ଓଭର୍‌ବ୍ରିଜରୁ ପଣ୍ଡା ଇନଫ୍ରା ବିଦା

ବମିଖାଲ ଓଭର୍‌ବ୍ରିଜରେ ଦିତୀୟ ଦୁର୍ଘଟଣା ପରେ ଠିକା ସଂସ୍ଥା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ତଦନ୍ତ ରିପୋର୍ଟ ଆସିବା ପରେ ଦୁର୍ଘଟଣା ପାଇଁ ଠିକା ସଂସ୍ଥା ପଣ୍ଡା ଇନଫ୍ରା ଲିମିଟେଡ୍ ହିଁ ଦାୟୀ ବୋଲି କହିଛନ୍ତି ପୂର୍ତ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଖାଲି ସେତିକି ନୁହେଁ , ଠିକା ସଂସ୍ଥା ପଣ୍ଡା ଇନଫ୍ରାଠାରୁ ବମିଖାଲ ଓ ପୋଖୋରିପୁଟ ଓଭର୍‌ବ୍ରିଜ୍‌ ଛଡାଇ ନିଆଯାଇଛି ।

ଏହି ଦୁର୍ଘଟଣାର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ସ୍ତରୀୟ କମିଟି ଏମିତି ରିପୋର୍ଟ ପ୍ରଦାନ କରିଛି । ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣାରେ ଠିକାଦାର ସମ୍ପୂର୍ଣ୍ଣ ଦୋଷୀ । କାମ ତଦାରଖ କରୁଥିବା ପୂର୍ତ୍ତ ବିଭାଗ ଇଞ୍ଜିନିୟରଙ୍କ କିଛି ଦୋଷ ନାହିଁ । ଆଜି ଏ ସମ୍ପର୍କରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସୁରକ୍ଷା ନେଇ ଠିକା ସଂସ୍ଥା ଯତ୍ନବାନ ନ ଥିଲା । ଯେତିକି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କଥା, ତାହା ହୋଇ ନ ଥିବାରୁ ଅଘଟଣ ଘଟିଲା ।

ଏପରି ଚରମ ଅବହେଳା ପାଇଁ ଠିକା ସଂସ୍ଥାକୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ବାକି କାମ ରାଜ୍ୟ ସରକାର ନିଜେ କରିବେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପଢନ୍ତୁ ;

ମହାନଦୀରୁ ମିଳିଲା ୪ ମୃତଦେହ : ମା’, ପୁଅ, ଦୁଇ ଝିଅଙ୍କୁ ହତ୍ୟା !

Related posts

ରାଜଧାନୀରେ ମର୍ଡର,ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କଲା ପୁଲିସ୍‌

ENO Beuro

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

ENO Beuro

କାଳବୈଶାଖୀ ପ୍ରଭାବ : ଟ୍ରେନ ଚଳାଚଳ ବାଧାପ୍ରାପ୍ତ , ଦିଲ୍ଲୀରୁ ଆସିଥିବା ବିମାନ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More