POLITICALS

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ତେଜିଲା ଆଶାୟୀଙ୍କ ଅସନ୍ତୋଷ

ବିଜେପିର ୯୯ଟି ଆସନ ପାଇଁ ଟିକେଟ ଘୋଷଣା ପରେ ତେଜିଲା ଅସନ୍ତୋଷ, ଅସନ୍ତୁଷ୍ଟ କର୍ମୀଙ୍କ ଭଙ୍ଗାରୁଜା ପ୍ରତିବାଦ….

ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୨୨ଟି ବିଧାନସଭାର ଆସନ ପାଇଁ ପ୍ରାର୍ଥୀ ତାଲିକା  ଘୋଷଣା କରିଛି। ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଡିଛି ତାଲା । ଆଶାୟୀ ପ୍ରାର୍ଥୀଙ୍କୁ ବିଜେପି ଦଳ ଟିକେଟ ନଦେବା ପରେ ଆରମ୍ଭ ହୋଇଗଲା ଭଙ୍ଗାରୁଜା। ଖାସ୍ କରି ନିକଟରେ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ଉଗ୍ରରୂପ  ନେଇଛି କନ୍ଦଳ । ଦଳ ବଦଳ କରି ଆସିଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ମିଳିଛି ଟିକେଟ ଆଉ ଯେଉଁମାନେ ଦଳ ପାଇଁ କାମ କରି ଦୀର୍ଘଦିନ ହେବ ଟିକେଟ ଆଶାରେ ଥିଲେ ସେମାନଙ୍କୁ ବିଜେପି ଅବହେଳା  କରିଥିବାନେଇ ହୋଇଛି ଆନ୍ଦୋଳନ।

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଭୁବନେଶ୍ବର-ଏକାମ୍ର  ବିଧାନସଭା ଆସନରେ ଗତଥରର ଦଳୀୟ ପ୍ରାର୍ଥୀ ଅମୀୟ ଦାସଙ୍କୁ ବାଦ୍ ଦିଆଯାଇଥିଲା । ଅମୀୟଙ୍କ ବଦଳରେ ନିକଟରେ ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ  ସେହି ବିଧାନସଭାକ୍ଷେତ୍ରରେ ପ୍ରାର୍ଥୀ କରିଛି ଦଳ । ଏହା ଅନ୍ୟାୟ ଓ ଅଯୌକ୍ତିକ ବୋଲି ପ୍ରତିବାଦ କରି ଦଳର ପୁରୁଣା କର୍ମୀ ଅଭିଯୋଗ କରିଥିଲେ । ସେମାନେ ଦଳର ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ କାହାରିକୁ ଭିତରକୁ ଛାଡ଼ି ନଥିଲେ । ବାବୁ ସିଂହଙ୍କୁ ଏକାମ୍ର ଭୁବନେଶ୍ବରରୁ ବିଜେପି ପ୍ରାର୍ଥୀ କରିଥିବାରୁ ଏଠାରୁ ଆଶା ରଖିଥିବା ଅମୀୟ ଦାସ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପଢନ୍ତୁ: ଏଲ୍‌.କେ ଆଡ଼ଭାନୀଙ୍କ ବିକଳ୍ପ ସାଜିବେ ଅମିତ ଶାହା: ଏଲ୍‌.କେ ଆଡ଼ଭାନୀଙ୍କ ରାଜନୈତିକ କ୍ୟାରିୟର ଶେଷ

Related posts

ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ମୋଦିଙ୍କ କଡା ଆଭିମୁଖ୍ୟ

Ratnamani Moharana

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ମଧ୍ୟ ଯାଞ୍ଚ କରୁଛି ଫ୍ଲାଇଂ ସ୍କ୍ବାର୍ଡ

Ratnamani Moharana

ଫ୍ଲାଇଂ ସ୍କ୍ବାର୍ଡକୁ ମାଡ ମାରିବା ଘଟଣାରେ ଆଜି ହେବ ପ୍ରଦୀପ ମହାରଥୀଙ୍କ ଜାମିନ୍ ଶୁଣାଣି

Ratnamani Moharana

Leave a Comment