EnewsOdia.Com

ଫାଶୀରୁ ବର୍ତ୍ତିବାକୁ ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପବନ

ଫେବୃଆରୀ  ୧ରେ ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀମାନେ ପୁଣିଥରେ ନୂଆ ଭେଳିକି ଦେଖାଇଛନ୍ତି। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛି। କୋର୍ଟରେ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଯୁକ୍ତି ଉପସ୍ଥାପନ କରୁଛନ୍ତି । ଫାଶୀ ଦଣ୍ଡ ଅପକ୍ଷୋରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ପୱନ ଗୁପ୍ତା ଯାଇଛି ସୁପ୍ରିମକୋର୍ଟ । ପୱନ ସୁପ୍ରିମକୋର୍ଟରେ ପୁନଃବିଚାର ଯାଚିକା ଦାୟର କରିଛି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ନାବାଳକ ଥିବା ଦର୍ଶାଇ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି । ଜାରି ହୋଇଥିବା ମୃତ୍ୟୁ ପରୱାନାକୁ ବି ଖାରଜ କରିବାକୁ ଆବେଦନ କରିଛି ପବନ।

ସୂଚନାଯୋଗ୍ୟ, ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ଦୋଷୀଙ୍କ ଓକିଲ ଏ ପି ସିଂହ ଆବେଦନ କରିଛନ୍ତି। ଫାଶୀ ଟାଳିବା ପାଇଁ ଦୋଷୀଙ୍କ ପକ୍ଷରୁ ଅହରହଃ ପ୍ରୟାସ ଜାରି ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦ୍ବିତୀୟ ଡେଥ୍‌ ୱାରେଣ୍ଟ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କୁହାଯାଉଛି।

ପଢନ୍ତୁ: ମାତ୍ର ୧ଟଙ୍କାରେ ୧ଜିବି ଡାଟା, ଜିଓକୁ ଟକ୍କର ଦେବାପାଇଁ ଟେଲିକମ୍ ଦୁନିଆରେ ଓହ୍ଲାଇଲା ଆଉ ଏକ କମ୍ପାନୀ

ସମ୍ବନ୍ଧିତ ଖବର

ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

Ratnamani Maharana

ଗଗନଯାନ ପାଇଁ ୧୧ ମାସ ରୁଷରେ ତାଲିମ ନେବେ ୪ ମହାକାଶଚାରୀ

Ratnamani Maharana

ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

Ratnamani Maharana

ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

Ratnamani Maharana

ହାରମୋନିୟମ ସ୍ବରରେ ସଙ୍ଗୀତ ଅଭ୍ୟାସ କରୁଛି କୁକୁର

Ratnamani Maharana

ମେଲାଣି ନେଲେ ମା’ : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି

Ratnamani Maharana