News

ନୂଆ କିସମର ଚାଉଳ,ଥଣ୍ଡା ପାଣିରେ ହେବ ଭାତ

rice

ପଶ୍ଚିମବଙ୍ଗର ବିଭିନ୍ନ ଭାଗରେ ଏବେ ଏକ ନୂଆ କିସମର ଚାଉଳ ଉତ୍ପାଦନ କରାଯାଉଛି। ଏହି କିସମର ନାମ ହେଉଛି “କମଲ”। ଏହାର ବିଶେଷତ୍ଵ ହେଉଛି ଯେ ଏହି ଚାଉଳ ରାନ୍ଧିବାକୁ ହେଲେ ପାଣିକୁ ଗରମ କରିବାର ଆବଶ୍ୟକତା ପଡିବ ନାହିଁ । ଥଣ୍ଡା ପାଣିରେ ଏହାକୁ ପକାଇଲେ କିଛି ସମୟ ଭିତରେ ସେଥିରୁ ଭାତ ପ୍ରସ୍ତୁତ ହୋଇଯିବ। ପଶ୍ଚିମବଙ୍ଗର ବଦ୍ଧମାନ ଏବଂ ନଦିଆ ଜିଲ୍ଲାରେ ଏବେ ଏହାର ବହୁଳ ଉତ୍ପାଦନ ପାଇଁ ପ୍ରୟାସ କରାଯାଉଛି।

rice

ଏହା ଉପରେ ମତ ରଖି ସହକାରୀ କୃଷି ନିର୍ଦ୍ଦେଶକ ଅନୁପମ ପାଲ୍‌ କହିଛନ୍ତି, ମୂଳତଃ ଆସାମର ମାଜୁଳୀ ଦ୍ୱିପରେ ଏହି ଧାନ ଚାଷ କରାଯାଏ। କିଛି ଚାଷୀ ଏହି ଧାନର ବିହନ ଆଣି ପଶ୍ଚିମବଙ୍ଗ ନଦିଆ ଜିଲାରେ ୧୦ ହେକ୍ଟର ଜମିରେ ଚାଷ କରିଥିଲେ। ଧାନର ଉତ୍ପାଦନ ବେଶ୍‌ ଉତ୍ତମ ରହିଛି। ଆଗାମୀ ଦିନରେ ଏହି ଧାନ ଦେଶର ବିଭିନ୍ନ ରାଜ୍ୟରେ ଉତ୍ପାଦନ ହେବ କୃଷି ବୈଜ୍ଞାନିକମାନେ ବୋଲି ଆଶାବାଦୀ ଅଛନ୍ତି।

ପଢନ୍ତୁ; ଇସ୍ତଫା ଦେଲେ ଆଇଏଏସ ଟପ୍ପର ଶାହ ଫୈସଲ

Related posts

ଆଧାର ତଥ୍ୟ,ଚୋରି ରିପୋର୍ଟ : ଅଭିଯୁକ୍ତଙ୍କ ବିରୋଧରେ ଏତଲା

ENO Beuro

ଝାରସୁଗୁଡାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା !

ENO Beuro

୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟର ମଞ୍ଜୁରୀ

ENO Beuro

Leave a Comment