News

କର୍ତ୍ତବ୍ୟ ଆଗରେ ଫିକା ପଡିଲା ସଂପର୍କ ! ଭାଇ ହାତରୁ ଗୁଳିମାଡ ଖାଇ ନିହତ ଭଉଣୀ

Untitled 1

ସ୍ନେହ,ମମତା,ଭଲପାଇବା,ରାଗରୁଷା,ଅଭିମାନ,ଝଗଡା ଏସବୁ ଭାବାବେଗରେ ସଂପର୍କ ହେଉଛି ଭାଇ-ଭଉଣୀର ସଂପର୍କ । ଯେଉଁଠି ଆକଟ ଏବଂ ପ୍ରେମ ଉଭୟର ସମାନ ହକ୍ ଥାଏ । ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ନିବିଡ ସଂପର୍କରେ ବନ୍ଧା ହୋଇଥିବା ଏହି ବନ୍ଧନରେ ତିକ୍ତତା ଆସିଲେ ମଧ୍ୟ ଜଣଙ୍କର କିଛି ହୋଇଗଲେ ଅନ୍ୟଜଣେ ତା’ ପଛକୁ ଢାଲ ହୋଇ ଠିଆ ହୁଏ । କର୍ତ୍ତବ୍ୟ ଆଗରେ ଫିକା ପଡିଲା ସଂପର୍କ ! ପୋଲିସ୍ ଭାଇ ହାତରୁ ଗୁଳିମାଡ ଖାଇ ନିହତ ହେଲା ମାଓବାଦୀ ଭଉଣୀ ।

 

ଭେତି ରାମା (୪୩) ଏବଂ ଭେତି କାନି (୫୦) ସଂପର୍କରେ ଦୁହେଁ ଭାଇ ଭଉଣୀ ଥିଲେ ଏବଂ ଛତିଶଗଡର ଏକ ଘଞ୍ଚ ଜଙ୍ଗଲରେ ଦୁହିଁଙ୍କ ସାମ୍ନାସାମ୍ନି ହୋଇଥିଲା,ଭାଇ-ଭଉଣୀ ସଂପର୍କରେ ନୁହଁ ପୋଲିସ୍ –ମାଓବାଦୀ ହିସାବରେ ।ଜୁଲାଇ ୨୯ ତାରିଖରେ ଛତିଶଗଡର ସୁକମା ଜିଲ୍ଲାରେ ୧୪୦ ଜଣ ସୁରକ୍ଷାକର୍ମୀଙ୍କ ଏକ ଟିମ୍ ବାଲେଙ୍ଗଟଙ୍ଗ୍ ଜଙ୍ଗଲ ପାଖରେ ଥିବା ମାଓବାଦୀ କ୍ୟାମ୍ପକୁ ଘେରାଉ କରିଥିଲେ ।ଭେତି ରାମା ନାମକ ଜଣେ ଗୁପ୍ତସୈନ୍ୟଙ୍କ ନେତୃତ୍ୱରେ ସୁକମା ପୋଲିସ୍ ସାରା ରାତି ଜଙ୍ଗଲରେ ମାଓବାଦୀଙ୍କ ଆଡ୍ଡାସ୍ଥଳୀକୁ ଖୋଜିଥିଲେ । ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍ ରେ ଥିଲେ କୋଣ୍ଟା କମିଟିର ଟପ୍ ମାଓବାଦୀ ସଦସ୍ୟ ଭେତି କାନି  ଏବଂ ତାଙ୍କ ୩୦ ଜଣ ମାଓସାଥି । କିନ୍ତୁ ଯେତେବେଳେ ପୋଲିସ୍ ଏବଂ ମାଓବାଦୀଙ୍କ ସାମ୍ନାସାମ୍ନି ହେଲା ସେତେବେଳେ କିଛି ସମୟ ପାଇଁ ଭେତି ରାମା ଏବଂ ଭେତି କାନି ସ୍ଥିର ହୋଇ ପରସ୍ପରକୁ ଚାହିଁଥିଲେ । କିନ୍ତୁ କେହି କିଛି ଭାବିବା ପୂର୍ବରୁ କାନିଙ୍କ ମାଓଟିମ୍ ରାମାଙ୍କ ଉପରକୁ ଗୁଳିଚାଳନା କରିଥିଲେ ।

ସେ ଦିନର କଥାକୁ ବଖାଣି ରାମା କୁହନ୍ତି , ମୁଁ କାନିଙ୍କ ଉପରକୁ ଗୁଳି ଚଳାଇବାକୁ ଚାହୁଁନଥିଲି କିନ୍ତୁ ଯେତେବେଳେ ତାଙ୍କୁ ନିଜ ପଟରୁ ଗୁଳି ଚଳାଇବା ଦେଖିଲି ମୁଁ ମଧ୍ୟ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଲିନାହିଁ । ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା କାନିଙ୍କ ମୁଣ୍ଡ ଉପରେ । କର୍ତ୍ତବ୍ୟ ଆଗରେ ହାର ମାନିଥିଲା  ଭାଇ-ଭଉଣୀଙ୍କ ସଂପର୍କ। ରାଖୀ ପିନ୍ଧୁଥିବା ହାତରେ ଶେଷରେ ଭଉଣୀକୁ ମାରିଥିଲେ।

ପଢନ୍ତୁ: ପୁଣି ବଢିଲା ସୁନାଦର : ଗୋଟିଏ ଦିନରେ ବଢିଲା ୧୧ ଶହରୁ ଅଧିକ ଟଙ୍କା

Related posts

ସ୍ଥଗିତ ହେଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ, ତ୍ରୁଟି ଖୋଜିବାକୁ ଲାଗିବ ମାସେ

Ratnamani Moharana

ଭାରତ ଫେରିଲେ ସାଉଦିରେ ଫସିରହିଥିବା ୯ ଓଡିଆ ଶ୍ରମିକ

Ratnamani Moharana

ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ହେବ ୭୫ ମିଟର ପର୍ଯ୍ୟନ୍ତ ଜାଗା

Ratnamani Moharana

1 comment

Leave a Comment