LIFESTYLE

ଧନିଆ ପତ୍ରରେ ଅଛି ଔଷଧିୟ ଗୁଣ,ଆସନ୍ତୁ ଜାଣିବା

By ENO Beuro

January 18, 2018

ଆଜିକାଲି ଖାଦ୍ୟର ସ୍ୱାଦ ବଢେଇବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରୁଛନ୍ତି ଲୋକେ । ଏଥିମଧ୍ୟରୁ ଧନିଆ ପତ୍ର ଅନ୍ୟତମ । ଏହା ଦ୍ୱାରା ଖାଦ୍ୟର ସ୍ୱାଦ ବଢିଥାଏ ଏବଂ ଖାଇବାକୁ ମଧ୍ୟ ଅଧିକ ଭଲ ଲାଗିଥାଏ । ତେବେ ଆପଣ ଜାଣିଛନ୍ତି କି ? ଧନିଆରେ ରହିଥିବା କେତେକ ଔଷଧିୟ ଗୁଣ ଯୋଗୁଁ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନିଆର ଉପକାରୀତା ସମ୍ବନ୍ଧରେ ।

୧-ଖାଇବା ପିଇବା ଅବହେଳା ପାଇଁ ପେଟ ଗ୍ୟାସ ହୋଇଥାଏ । ଶୀତ ଦିନରେ ଧନିଆ ପତ୍ର ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ୨- ଖାଇବା ପିଇବା ଅବହେଳା ହେଲେ ପେଟ ଖରାପ ହେବା ସମସ୍ୟା ଦେଖାଯାଏ । ଏହି ସମୟରେ ଧନିଆ ପତ୍ରକୁ ଚଟନୀ କରି ଖାଆନ୍ତୁ । ରୋଗ ପ୍ରତିରୋଧକ କ୍ଷମତା ବଢାଇବ । ଯାହା ଫଳରେ ପେଟ ସମସ୍ୟାରୁ ରକ୍ଷା ପାଇବେ। ୩- ଧନିଆ ପତ୍ରରେ ଭରପୂର ମାତ୍ରାରେ ଭିଟାମିନ ଏ, ସି ରହିଛି । ଏହାକୁ ଖାଇବା ଦ୍ୱାରା ସଂକ୍ରମଣ ରୋଗରୁ ମୁକ୍ତି ପାଇବେ । ଥଣ୍ଡା ଓ କାଶ ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ । ୪- ମଧୁମେହ ରୋଗ ପାଇଁ ଧନିଆ ପତ୍ର ଉପଯୋଗୀ । ଏହାକୁ ଖାଇବା ଦ୍ୱାରା ରକ୍ତର ଇନସୁଲିନ ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ । ଯାହା ଫଳରେ ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ୫ -ବର୍ତ୍ତମାନ ଆଣ୍ଠୁଗଣ୍ଠି ସମସ୍ୟା ପ୍ରାୟ ଦେଖାଯାଉଛି । ଯାହା ଫଳରେ ଶରୀର ଦୁର୍ବଳ ଲାଗିଥାଏ । ସେଥିପାଇଁ ଧନିଆ ପତ୍ର ଖାଆନ୍ତୁ । ଧନିଆ ପତ୍ରରେ ରହିଥିବା ଭିଟାମିନ ଆଣ୍ଠୁଗଣ୍ଠି ସମସ୍ୟା ଦୂର କରିବାରେ ସହାୟତା ହୋଇଥାଏ ।

ପଢନ୍ତୁ;

ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ମିଳିଥାଏ ବିଭିନ୍ୟ ପ୍ରକାରର ପୋଷକ ତତ୍ତ୍ୱ ; ଆସନ୍ତୁ ଜାଣିବା ଏହାର ଉପକାରିତା