EnewsOdia.Com

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ବୁଧବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବାବେଳେ ଆଜି ଆଉ ୧୩ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଚିନ୍ତାଜନକ ବିଷୟ ହେଉଛି ଇରାନରେ ପ୍ରାୟ ୬ ହଜାର ଭାରତୀୟ ଫସିରହିଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଲୋକସଭାରେ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ କଶ୍ମୀରରୁ ଯାଇଥିବାପ୍ରାୟ ୧୧୦୦ ଜଣ ତୀର୍ଥଯାତ୍ରୀ ଅନ୍ତର୍ଭୁକ୍ତ । ସେହିପରି ୬୦୦ ଜଣ ଛାତ୍ରଛାତ୍ରୀମଧ୍ୟ ସେଠାରେ ରହିଛନ୍ତି । ଇରାନରେ ଫସିରହିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ହ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗଛି । ଗୁରୁବାର ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାରରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୪୫୦୦ ଟପିଯାଇଛି । ଆଶ୍ୱସ୍ତିର କଥା ହେଉଛି ଚୀନରେ ସଂକ୍ରମିତଙ୍କ ପ୍ରାୟତଃ ସଂଖ୍ୟା ସ୍ଥିର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ମାତ୍ର ୧୫ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ତେବେ ବିଶ୍ୱର ଅନ୍ୟ ଦେଶ ଯଥା ଇଟାଲି, ଇରାନ, ଆମେରିକା, ଜର୍ମାନି ଆଦିରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି ବୋଲି ଜଣାପଡ଼ିଛି ।

ପଢନ୍ତୁ: ସ୍ୱଚ୍ଛତା ପାଇଁ ମଦ ଦୋକାନୀଙ୍କୁ ୧ଲକ୍ଷ ଜରିମାନା

ସମ୍ବନ୍ଧିତ ଖବର

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବନାହିଁ ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ଼

Ratnamani Maharana

ସ୍ୱତନ୍ତ୍ର ଚଷମା ପିନ୍ଧି ସୂର୍ଯ୍ୟୋପରାଗ ଦେଖିଲେ ମୋଦି

Ratnamani Maharana

ମାର୍ଚ୍ଚ ୩, ସକାଳ ୬ରେ ଫାଶୀରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana

କରୋନା ନେଲାଣି ୪୨୫ ଜୀବନ, ୨୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

Ratnamani Maharana

ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

Ratnamani Maharana

ଦଙ୍ଗାକାରୀଙ୍କଠାରୁ ଜରିମାନା ଆଦାୟ କରିବ ଦିଲ୍ଲୀ ସରକାର

Ratnamani Maharana