26 C
Bhubaneswar
October 1, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଏବେ ଦକ୍ଷୀଣ କୋରିଆରେ କାୟା ମେଲାଉଛି କରୋନା

କରୋନା ଭାଇରସ ଏବେ ଦକ୍ଷିଣ କୋରିଆରେ ତାର କାୟା ବିସ୍ତାର ଆରମ୍ଭ କରି ଦେଇଛି । ଚୀନରେ କରୋନା ଭାଇରସ ତାର ତାଣ୍ଡବ ଦେଖାଇ ଚାଲିଥିବା ବେଳେ ଏବେ ଦକ୍ଷୀଣ କୋରିଆରେ କରୋନା ଆତଙ୍କ ଖେଳାଉଛି । ସୂଚନା ଅନୁସାରେ ଏବେ କରୋନାରେ ଦକ୍ଷୀଣ କୋରିଆରେ ୩୦୦ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଦେଶର ଦକ୍ଷୀଣରେ ଥିବା ସହର ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଆଜି କରୋନାରେ ଦକ୍ଷିଣ କୋରିଆରେ ୧୪୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିିଛି ।

ଅନ୍ୟପଟେ କରୋନାରେ ଏବେ ଚୀନରେ ମୃତ୍ୟୁ ସଂଖ୍ୟା ୨ ହଜାର ଟପି ଯାଇଛି । ଏବେ ଚୀନରେ ମୃତ୍ୟୁ ସଂଖ୍ୟା ୨୨୩୯ ଜଣଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ କୋରିଆ ସମେତ ଇରାନରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଇରାନରେ ୧୮ ଜଣ ଏହି ରୋଗରେ ପୀଡିତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉହାନ ପରେ ଏବେ ଚୀନର ରାଜଧାନୀ ବେଜିଂରେ ଏବେ ଭାଇରସ ସଂଖ୍ୟା ବଢିବାରେ ଲାଗିଛି ।

ପଢନ୍ତୁ: ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଦୋଷୀମାନଙ୍କୁ ଚିଠି

Related posts

ବଜାରରେ ଏବେ ରସୁଣ ରାଜ୍

Ratnamani Maharana

ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ୨୪ ଘଣ୍ଟା ଭିତରେ କୋଟିଏ ଟଙ୍କାର ଜରିମାନା

Ratnamani Maharana

କାରୋନା ପାଇଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More