EnewsOdia.Com

ଓଡିଶା ଆସିନି କରୋନା!

ଓଡିଶାକୁ ଛୁଇଁନାହିଁ କରୋନା ଓଡିଶା ଆସି ନାହାନ୍ତି କରୋନା । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ କରୋନା ଭାଇରସ ଟେଷ୍ଟ କରିବା ପାଇଁ ପଠାଯାଇଥିବା ନମୁନା ନେଗେଟିଭ ରହିଥିବା ଜଣାପଡିଛି । ଏନେଇ ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେହିଭଳି ଅନ୍ୟ ଯେଉଁ ୫ ଜଣଙ୍କ ନମୁନା ପୁଣେ ପଠାଯାଇଥିଲା ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ରହିଛି । ଓଡିଶାରୁ ୬ ଜଣଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ସୂଚନାଯୋଗ୍ୟ ଜାନୁଆରୀ ୩୧ ରେ ଜଣେ ଡାକ୍ତରୀ ଛାତ୍ର ଓଡିଶା ଫେରିଥିଲେ । ତାଙ୍କର କାଶ ଥଣ୍ଡା କମୁନଥିବାରୁ ତାଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା ।

ପରେ ତାଙ୍କୁ ସ୍ୱତନ୍ତ୍ର ଭାବେ ହସ୍ପିଟାଲରେ ରଖି ଚିକିତ୍ସିତ କରାଯାଉଥିଲା । ଏବଂ ତାଙ୍କ ରକ୍ତ ଓ ଲାଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତାଙ୍କୁ କଟକ ଏସିବିରେ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା । ଅନ୍ୟପଟେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ବିଭାଗ ପକ୍ଷରୁ ସ୍କୁଲ ଗୁଡିକୁ କୁହାଯାଇଛି ଯଦି ସ୍କୁଲରେ କୌଣସି ପିଲାର ମୁଣ୍ଡବିନ୍ଧା, ଥଣ୍ଡା ଓ କାଶ ଆଦି ହେଲେ ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ସଂମ୍ପର୍କ କରିବାକୁ କୁହାଯାଇଛି । ପିଲାଙ୍କ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଧିକ ଭୟଭୀତ ହେବା ଉଚିତ ନୁହେଁ । ମାତ୍ର ଏନେଇ ସଚେତନ ରହିବା ଆବଶ୍ୟକ ।

ପଢନ୍ତୁ: ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା, ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

ସମ୍ବନ୍ଧିତ ଖବର

ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ମିଳିବ ମାଗଣା ଖାଦ୍ୟ

Ratnamani Maharana

ଏବେ କିନ୍ନର ଆଦାୟ କରିବେ ବିଏମ୍‌ସି ଟିକସ

Ratnamani Maharana

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, କାଲିଠୁ ବର୍ଷା

Ratnamani Maharana

ଅଯୋଧ୍ୟା ଦୀପୋତ୍ସବ ୨୦୧୯ ପାଇଁ ଆଲୋକିତ ହେବ ୮ ହଜାର ଘର

Ratnamani Maharana

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି, ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

Ratnamani Maharana

ବାଲୁକାକଳା ମାଧ୍ୟମରେ ଟ୍ରମ୍ପଙ୍କୁ ସ୍ଵାଗତ

Ratnamani Maharana