EnewsOdia.Com

କରୋନା କବଳରେ ଭାରତର ୪୦ ନାଗରିକ

ସାରା ବିଶ୍ୱକୁ ନିଜ କବ୍ଚାରେ ଥରହର କରଉଥିବା କରୋନା ଭାଇରସ ଧିରେ ଧିରେ ଭାରତରେ ନିଜର କାୟା ସଦୃଢ କରିବାରେ ଲାଗିଛି । ଗତକାଲି ସୁଦ୍ଧା ଦେଶରେ ୩୧ ଜଣ ସଂକ୍ରମିତ ଥିବା ଖବର ପ୍ରକାଶ ପାଇଥିବା ବେଳେ ଆଜି ଏହା ୪୦ରେ ପହଞ୍ଚିଛି । ରବିବାର କେରଳରେ ପୁଣି ୫ ଜଣଙ୍କ ମାମଲା ସାମ୍ନାକୁ ଆସିଛି । ସେହିଭଳି ଚେନ୍ନାଇରେ ମଧ୍ୟ ଜଣେ ରୋଗୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଓଡ଼ିଶାରେ ବିଦେଶରୁ ଫେରିଥିବା ୧୩୧ ଜଣଙ୍କ ଉପରେ ନଜର ରଖାଯାଇଛି।  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ଜଣଙ୍କ ନମୁନା ପରୀକ୍ଷା ପାଇଁ RMRCକୁ ପଠାଯାଇଛି। ପୂର୍ବରୁ ପଠାଯାଇଥିବା ସମସ୍ତ ୧୨ଟି ନମୁନା ନେଗେଟିଭ ଆସିଛି।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ମଧ୍ୟ ବହୁତ ତତ୍ପରତା ଦେଖାଇଛନ୍ତି। ଦେଶରେ ୫୨ଟି କରୋନା ନିରୂପଣ କେନ୍ଦ୍ର ସ୍ଥାପନ କରାଯାଇଛି। ତା ସହିତ ୫୭ଟି ସହାୟକ ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ପଢନ୍ତୁ: ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି!

ସମ୍ବନ୍ଧିତ ଖବର

ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

Ratnamani Maharana

ମ୍ୟାଚ୍ ପୂର୍ବରୁ ମେଫେୟାର ହୋଟେଲରେ ମସ୍ତି ମୁଡରେ ଟିମ୍ ଇଣ୍ଡିଆ

Ratnamani Maharana

ଶ୍ରୀମନ୍ଦିର ଭିତରେ ଟିକ୍‌ଟିକ୍‌ ଭିଡିଓ ପ୍ରସଙ୍ଗ, ଅଟକ ହେଲେ ନାବାଳିକା

Ratnamani Maharana

ବଜେଟ୍‌ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ ପିନ୍ଧିଲେ ହଳଦି ରଙ୍ଗର ଶାଢ଼ି

Ratnamani Maharana

ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Ratnamani Maharana

ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଅଭିଯାନ

Ratnamani Maharana