29.1 C
Bhubaneswar
June 13, 2021
EnewsOdia.Com
ଦେଶ ବିଦେଶ

କରୋନା ଭାଇରସ ପାଇଁ ଚୀନରେ ହାହାକାର, ଭାରତରେ କାୟା ବିସ୍ତାର କରୁଛି ଭାଇରସ

ଚୀନର ଉହାନ ସହରରେ ଜୀବନନାସକ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି। ଚୀନର ନ୍ୟାସନାଲ ହେଲଥ୍‌ କମିସନ ଜଣାଇଛନ୍ତି ଯେ ଏହି ଭାଇରସ ଦ୍ୱାରା ଏବେ ପର୍ଯ୍ୟନ୍ତ ୧୦୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨,୭୪୪ ଜଣ ଲୋକଙ୍କ ଠାରେ ପଜିଟିଭ ମିଳିଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୪୬୧ ଲୋକଙ୍କ ଅବସ୍ଥା ବହୁତ ଗମ୍ଭୀର। କମିଶନଙ୍କ କହିବାନୁଯାୟୀ ୨୪ ଘଣ୍ଟାରେ ୨୪ ଲୋକଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଗୋଟ ନଅ ମାସର ଶିଶୁ ମଧ୍ୟ ଅଛି। ୧୩୦୦ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ମୋଟ ୪,୩୫୯ ଲୋକଙ୍କ ଠାରେ ଏହି ଭାଇରସ୍‌ ରହିଥିବା ଆଶଙ୍କା କରାଯାଉଛି।

ଭାରତରେ ମଧ୍ୟ ଏହି କରୋନା ଭାଇରସ ଭୟ ଦେଖିବାକୁ ମିଳିଛି। ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ଇତିମଧ୍ୟରେ ମହାରାଷ୍ଟ୍ରରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ସନ୍ଦିଗ୍ଧଙ୍କୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ପୁନେସ୍ଥିତ ନାଇଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ କଡାକଡି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୦୦ରୁ ଅଧିକ ଲୋକ ଏଡି ଭାଇରସ୍‌ ପାଇଁ ଅବଜରଭେସନ୍‌ରେ ଅଛନ୍ତି।

ପଢନ୍ତୁ:  ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

Related posts

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

ଜାଣି ନିଅନ୍ତୁ କରୋନା ଭାଇରସର ଲକ୍ଷଣ ଓ ମୁକାବିଲା କରିବାର ଉପାୟ

Ratnamani Maharana

ଅଚଳ ବିମାନକୁ ନେଇ ଯାଉଥିବା ସମୟରେ ଫ୍ଲାଏ ଓଭର ତଳେ ଫଶିଲା ଟ୍ରକ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More