EnewsOdia.Com

ଅଣାୟତ୍ତ ହେଉଛି କରୋନା, ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍‌ରେ  କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି। ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାଛଡ଼ା ଗୋଟିଏ ଦିନରେ ଗତକାଲି ୨ ହଜାର ୯୭ ଜଣ ନୂଆକରି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ ନବୋଲେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛି।

କରୋନା ଭାଇରସ୍ କେବଳ ଚୀନ୍ ରେ ସୀମିତ ରହିବ ନାହିଁ ।ଚୀନ୍ କୁ ଆଦୌ ଯାଇନଥିବା ଲୋକଙ୍କଠାରେ ମଧ୍ୟ କରୋନା ଭାଇରସ୍ ଦେଖାଦେଇଛି । ଏହାକୁ ଟିପ୍ ଅଫ୍ ଦି ଆଇସବର୍ଗ କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହା ଅର୍ଥ ଯାହା କୁହାଯାଉଛି ସ୍ଥିତି ଆହୁରି ସଂଗୀନ । ତେଣୁ ଯେକୌଣସି ସ୍ଥାନରେ ବି ଏହି ଭାଇରସ୍ ଦେଖାଦେଇପାରେ ବୋଲି ଡବ୍ଲୁଏଚଓ ସତର୍କ କରିଦେଇଛନ୍ତି ।

ପଢନ୍ତୁ: ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ସମ୍ବନ୍ଧିତ ଖବର

କରୋନା ପାଇଁ ଦିଲ୍ଲୀରେ ଅନୁକୂଳ ପାଗ

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

ପିଆଜ ପରେ ଅଣ୍ଡା ଓ ଚିକେନ ଦାମ ବଢ଼ିବ!

Ratnamani Maharana

ଫାଶୀ ପୂର୍ବରୁ ବାପାଙ୍କୁ ଶେଷଥର ଭେଟିଲା ବିନୟ

Ratnamani Maharana

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

Ratnamani Maharana

ବେଆଇନ ପାର୍କିଂ ଫିକୁ ନେଇ ଆକ୍ସନରେ ବିଏମସି : ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡର ଚଢ଼ାଉ

Ratnamani Maharana