EnewsOdia.Com

କରୋନା ନେଲାଣି ୪୨୫ ଜୀବନ, ୨୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ମହାମାରୀର ରୂପ ନେଲାଣି କରୋନା ଭାଇରସ୍ । ଚୀନରେ ସ୍ଥିତି ସଙ୍ଗୀନ୍ । ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ କରୋନାରେ ୪୨୫ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରବିବାର ଗୋଟିଏ ଦିନରେ ୬୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ଯାଏ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବାପରେ ସାରା ଚୀନବାସୀଙ୍କ ନିଦ ହଜିଯାଇଛି।  ବିଶ୍ବର ୨୫ଟି ଦେଶକୁ ଏହି ଭୟଙ୍କର ରୋଗ ବ୍ୟାପିସାରିଲାଣି। କେରଳରେ ପୁଣି ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ ଥିବା ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ କେରଳରେ ୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇ ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ଚୀନ୍‌ର ବିଭିନ୍ନ ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁଯାୟୀ ରାସ୍ତା କଡ଼ରେ ମଧ୍ୟ କରୋନା ଆକ୍ରାନ୍ତରେ ଲୋକମାନେ ମରି ପଡ଼ୁଛନ୍ତି । ଖାଲି ସେତିକି ନୁହେଁ ପଶୁ ପକ୍ଷୀ ମଧ୍ୟ ଏହି ଭାଇରସ୍‌ ଆକ୍ରାନ୍ତରେ ମରି ପଡ଼ୁଥିବାର ଦେଖାଯାଇଛି ।

ଗୋଟିଏ ପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଆବଶ୍ୟକ ଥିବା ସର୍ଜିକାଲ ମାସ୍କ ଏବଂ ଆବଶ୍ୟକୀୟ ଚିକିତ୍ସା ଉପକରଣ ମିଳୁନାହିଁ। ଫଳରେ ସରକାର ଚିନ୍ତାରେ ପଡ଼ିଛନ୍ତି। ଆକ୍ରାନ୍ତମାନଙ୍କୁ ତତ୍କାଳ ଚିକିତ୍ସା ଦେବା ସରକାରଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ୨ ସପ୍ତାହ ମଧ୍ୟରେ ସରକାର ୨ଟି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିଥିଲେ ହେଁ ସମସ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ସମ୍ଭବ ହେଉନାହିଁ। କାରଣ ୨୦ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ଥିବାବେଳେ ପ୍ରାୟ ୧୦ ହଜାର ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କରୋନାର କେନ୍ଦ୍ରସ୍ଥଳ ଉହାନରୁ ରୋଗୀଙ୍କୁ ବାହାର ରାଜ୍ୟକୁ ନିଆଯାଉ ନ ଥିବାରୁ ଏଭଳି ଅବସ୍ଥା ଉପୁଜିଛି। ତ୍ଵରିତ୍ଵ ବେଗରେ ସରକାର ନିର୍ମାଣ କରିଥିବା ୨ଟି ହସ୍ପିଟାଲରେ ମାତ୍ର ୨୬୦୦ ରୋଗୀଙ୍କୁ ଚିକିତ୍ସା ମିଳିପାରିବ। ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାରୁ ସମସ୍ତଙ୍କୁ ଚିକିତ୍ସା ସେବା ମିଳିବା କଷ୍ଟକର ବୋଲି ଜଣାପଡ଼ିଛି।

ପଢନ୍ତୁ: ମାର୍ଚ୍ଚ ୫ରୁ ୭ ଦିନ ବ୍ୟାପୀ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରିବ ବିଜେଡି

ସମ୍ବନ୍ଧିତ ଖବର

‘ମୁଁ ସଫେଇବାଲା ଅଭିଯାନ’ ପାଇଁ ସଫା ହେବାରେ ଲାଗିଛି ସବୁ ସ୍ଥାନ

Ratnamani Maharana

ଭୁଲରେ ବିମାନକୁ କ୍ଷେପଣାସ୍ତ୍ର ମାରିଥିବା ସ୍ୱୀକାର କଲା ଇରାନ୍

Ratnamani Maharana

ବ୍ରିଟେନ ମନ୍ତ୍ରୀ ମଣ୍ଡଳରେ ଭାରତୀୟ ମହିଳା

Ratnamani Maharana

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ

Ratnamani Maharana

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Ratnamani Maharana

ଚାନ୍ଦବାଲିରୁ ଉଦ୍ଧାର ହେଲା ‘ବ୍ଲାକ୍ ଡାଇମଣ୍ଡ’

Ratnamani Maharana