EnewsOdia.Com

‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

୧୧୫ଟି ରାଷ୍ଟ୍ରରେ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶ୍ବବ୍ୟାପୀ ସୃଷ୍ଟି ହୋଇଥିବା ଏହି ସ୍ବାସ୍ଥ୍ୟସଙ୍କଟକୁ ଆଜି ‘ମହାମାରୀ’ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)। ସମସ୍ତ ରାଷ୍ଟ୍ର ଏହି ଭାଇରସ୍‌ର ମୁକାବିଲା ପାଇଁ ଯୋଜନାବଦ୍ଧ ଲଢ଼େଇ କରିବାକୁ ଡବ୍ଲୁଏଚ୍‌ଓ ଆହ୍ବାନ ଦେଇଛି।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ କହିଛନ୍ତିଯେ, ଯେଉଁଭଳି ଭାବେ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି ଏହାକୁ ମହାମାରୀ କୁହାଯାଇପାରେ । ଯଦିଓ ଚୀନ୍ ଏବଂ ଦକ୍ଷିଣ କୋରିଆରେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ଇଟାଲୀ ଓ ଇରାନରେ ସ୍ଥିତି ଉଦବେଗଜନକ ରହିଛି ।

ଭାରତରେ ମଧ୍ୟ କରୋନା ଭାଇରସ୍‌ ଗୋଟିଏ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରୁଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚି ଯାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୬୦ଟି ମାମଲା ସ୍ପଷ୍ଟ କରାଯାଇଛି। ଭାରତ ସରକାର ସମସ୍ତ ଟୁରିଷ୍ଟ୍‌ ଭିସାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ବୁଧବାର ସକାଳ ସୁଦ୍ଧା ଦିଲ୍ଲୀରେ ୫ ଜଣ ଏବଂ ଉତ୍ତରପ୍ରଦେଶରେ ୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ୬୨ ଭାଇରସ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଇଟାଲୀୟ ନାଗରିକ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରରେ ସମୁଦାୟ ୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେରଳରେ ମୋଟ ୧୪ ଜଣ ଆକ୍ରାନ୍ତ ଥିବା ବେଳେ ତାମିଲନାଡ଼ୁରେ ୩ ଜଣ, କର୍ଣ୍ଣାଟକରେ ୪ ଜଣ, ଦିଲ୍ଲୀରେ ୩ ଜଣ, ଜୟପୁରରେ ୧୮ ଜଣ, ଜମ୍ମୁ କାଶ୍ମୀରରେ ୨ ଜଣ, ଅମୃତସରରେ ଦୁଇ ଜଣ ଏବଂ ୟୁପିରେ ୯ ଜଣ ଆକ୍ରାନ୍ତ ଅଛନ୍ତି। କର୍ଣ୍ଣାଟକର କଲବୁର୍ଗୀରେ କରୋନା ଭାଇରସ୍‌ରେ ୭୬ ବର୍ଷୀୟ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କର ରିପୋର୍ଟରେ ଯଦି କରୋନା ଭାଇରସ୍‌ ସ୍ପଷ୍ଟ ହୁଏ ତା’ହେଲେ ଏହା ଦେଶରେ ପ୍ରଥମ କରୋନା ମୃତ୍ୟୁ ହେବ।

ପଢନ୍ତୁ: ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ନିର୍ମଳା ସୀତାରମଣଙ୍କୁ ଭେଟିଲେ ଓଡିଆ ସାଂସଦ

ସମ୍ବନ୍ଧିତ ଖବର

ଅଚଳ ବିମାନକୁ ନେଇ ଯାଉଥିବା ସମୟରେ ଫ୍ଲାଏ ଓଭର ତଳେ ଫଶିଲା ଟ୍ରକ

Ratnamani Maharana

କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

Ratnamani Maharana

ପାକିସ୍ତାନ ଗାଁ ଆଡ଼କୁ ମାଡ଼ି ଆସୁଛି କଳାବରଫର ନଦୀ

Ratnamani Maharana

ଫେବୃଆରୀ ୯ରେ ସରୁଛି ରାମ ମନ୍ଦିର ଟ୍ରଷ୍ଟ ତିଆରି ଅବଧି

Ratnamani Maharana

ଶ୍ରୀମନ୍ଦିର ୱାଚ୍‌ ଟାୱାର୍‌ରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ବିଦେଶିନୀ

Ratnamani Maharana

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana