EnewsOdia.Com

କେରଳରୁ ଚିହ୍ନଟ ହେଲେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ

ଦେଶର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି କେରଳରେ । କେରଳର ଜଣେ ଛାତ୍ର ଏହି ଭୟଙ୍କର ମହାମାରୀ ରୋଗର ଶୀକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଛାତ୍ର ଜଣଙ୍କ ଚୀନର ଏକ ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଥିଲେ । ସେଠାରେ ସେ ଏହି ରୋଗର ଆକ୍ରାନ୍ତ ହୋଇଛନ୍ତି । ଯୁବକ ଜଣଙ୍କ କେରଳ  ଆସିଛନ୍ତି । ଏହି ରୋଗ ଚିହ୍ନଟ ହେବା ପରେ ତାଙ୍କୁ ଏକ ହସ୍ପିଟାଲରେ ରଖାଯାଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ସୂଚନାଯୋଗ୍ୟ ଏହି ଭୟଙ୍କର ଭାଇରସ ଏବେ ଚୀନରୁ ଅନ୍ୟ ରାଷ୍ଟ୍ରମାନଙ୍କୁ ବ୍ୟାପୁଥିବା ଦେଖା ଦେଇଛି । ଚୀନରେ ଏବେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୭୦ କୁ ପହଞ୍ଚିଲାଣି ।

ମୃତ୍ୟୁ ସଂଖ୍ୟା ଯେଉଁଭଳି ଭାବେ ବଢି ଚାଲିଛି ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ୱିଗୁଣୀତ ହେବାରେ ଲାଗିଛି । ଚିନ ଏହି ଭାଇରସ ଉପରେ ରୋକ ଲାଗାଇବାକୁ ଶତଚେଷ୍ଟା କରୁଥିଲେ ମଧ୍ୟ ଏହା କମିବାର ନାଁ ଧରୁନାହିଁ । କରୋନା ଭାଇରସକୁ ନେଇ ଚୀନର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ମୃତ୍ୟୁ ସଂଖ୍ୟା ୧୭୦ ପହଞ୍ଚିଥିବା ବେଳେ ୧୩୭୦ ରୁ ଅଧିକ ଲୋକ ଗୁରୁତର ଆକ୍ରାନ୍ତ ହୋଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣଙ୍କ ଜୀବନ ଚାଲି ଯାଇଛି । ଚୀନରେ ଏହି ସ୍ଥିିତିକୁ ଦେଖି ଉହାନରେ ଫସିଥିବା ୧୯୫ ଜଣ ଆମେରିକୀୟ ନାଗରିକଙ୍କୁ ୱାଶିଂଟନ ପକ୍ଷରୁ ନିଜ ଦେଶକୁ ଫେରାଇ ନିଆଯାଇଛି। ଭାରତ ପକ୍ଷରୁ ମଧ୍ୟ ନାଗରିକ ମାନଙ୍କୁ ଚୀନ ନଯିବାକୁ କୁହାଯାଇଛି ।

ପଢନ୍ତୁ: କାରୋନା ଭାଇରସ ପାଇଁ ଚୀନକୁ ବନ୍ଦ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଚଳାଚଳ

ସମ୍ବନ୍ଧିତ ଖବର

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

Ratnamani Maharana

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା

Ratnamani Maharana

ନିର୍ଭୟା ମାମଲାରେ ଆଜିି ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ସୁପ୍ରିମକୋର୍ଟର ଶୁଣାଣି

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana

ଅଦ୍ଭୁତ ସମସ୍ୟାରେ କଲବଲ ହେଉଛି ନାବାଳକ, ଅଦୃଶ୍ୟ ଭାବେ ଶରୀରରେ ଲାଗିଯାଉଛି ବିଷ୍ଠା!

Ratnamani Maharana

କରୋନା କବଳରେ ଭାରତର ୪୦ ନାଗରିକ

Ratnamani Maharana