POLITICALS

ଆରମ୍ଭ ହେଲା କାଉଣ୍ଟ ଡାଉନ୍‌: କାଲିଠାରୁ ଆରମ୍ଭ ଭୋଟ ଗଣତି

Ddd

ଭୋଟ୍ ଗଣତି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ଆସନ୍ତାକାଲି ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭୋଟ୍‌ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଅଫିସ୍‌ରେ ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଧବାର ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା । ଗଣତି କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଏଥର ରାଜ୍ୟରେ ୬୩ ଟି କେନ୍ଦ୍ରରେ ଭୋଟ ଗଣତି ହେବ ।

ଗୋଟିଏ ଭୋଟ ଗଣତି କେନ୍ଦ୍ରରେ ୩ଟି ଗଣତି ହଲ୍‌ ରହିବ। ଗୋଟିଏ ଲେଖାଏଁ ଟେବୁଲ ଉଭୟ ବିଧାନସଭା ଓ ଲୋକସଭା ପାଇଁ କରାଯାଇଥିବା ବେଳେ ଆଉ ଗୋଟିଏ ସେଣ୍ଟ୍ରାଲ ଟେବୁଲ କରାଯାଇଛି। ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ହାରାହାରି ୩୦ ରାଉଣ୍ଡ  ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ପ୍ରଥମ ଥର ପାଇଁ ଭିଭିପାଟ୍ ପେପର୍ ସ୍ଲିପ୍ କାଉଣ୍ଟିଂ ସହ ୨୦୧୪ ତୁଳନାରେ ଏଥର ୧୭୬୧ଟି ବୁଥ୍ ବଢ଼ିଥିବାରୁ ରେଜଲ୍ଟ ଆସିବାକୁ ଅଧିକ ସମୟ ଲାଗିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର  ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।

ପଢନ୍ତୁ: ଓଡିଶାରେ ମାଧ୍ୟମିକ ଶିକ୍ଷାର ଦୟନୀୟ ଚିତ୍ର

Related posts

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ENO Beuro

ଲୋକସଭା ନିର୍ବାଚନ ଲଢିବେନି ମାୟାବତୀ

ENO Beuro

ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି

Ratnamani Moharana

Leave a Comment