ପରସ୍ପରକୁ ଆକ୍ରମଣ କରି ଦମ୍ପତି ମୃତ 

couple

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀ ସ୍ଥିତ ଏକ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁଜିତ କୁମାର ହେମ୍ବ୍ରମ (୪୪) ବଳଦା ପଞ୍ଚାୟତ ସିଲ୍‌ଯୋଡ଼ା ଗ୍ରାମର ବାସିନ୍ଦା। ସେ ରୁଙ୍ଗଟା ଖଣି‌େର ମେକାନିକାଲ ମ୍ୟାନେଜର ଭାବେ ଦୀର୍ଘ ୧୫ ବର୍ଷ ହେଲା ଚାକିରି କରୁଥିଲେ।

couple

ପତ୍ନୀ ବେରୋନିକା (୩୮), ଝିଅ ଏଲିଜାବେଥ୍‌ ଓ ପୁଅ ଆନ୍ଥୋନିଙ୍କୁ ନେଇ ତାଙ୍କ ପରିବାର। ଝିଅ ଯୁକ୍ତ ୩ରେ ପଢ଼ୁଥିବା ବେଳେ ପୁଅ ଚୁମ୍ପଆର ଏକ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ଝିଅ ଏ ସମ୍ପର୍କରେ ଜଣାଇବା ପରେ ଖବର ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ,ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ପଢନ୍ତୁ; କ୍ୱାର୍ଟରରେ ଜର୍ମାନୀ,ହାରିଲା ପାକିସ୍ତାନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More