EnewsOdia.Com

ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

ସ୍ୱାମୀ-ସ୍ତ୍ରୀଙ୍କ ‘ବାଘ ବଂଚାଅ’ ଅଭିଯାନ । କୋଲକତାର ଏକ ଦମ୍ପତି ‘ବାଘ ବଂଚାଅ’ ବାର୍ତ୍ତା ନେଇ ଚଳାଇଛନ୍ତି ଏକ ନିଆରା ଅଭିଯାନ । କୋଲକତାର ରତୀନ୍ଦ୍ରନାଥ ଦାସ ଏବଂ ତାଙ୍କ ପତ୍ନୀ ଗିତାଂଜଳୀ ‘ବାଘ ବଂଚାଅ’ ବାର୍ତ୍ତାକୁ ସାରା ଦେଶରେ ପହଁଚାଇବା ପାଇଁ ମୋଟର ସାଇକେଲରେ ଯାତ୍ରା କରୁଛନ୍ତି ।

ଫେବୃୟାରୀ ୧୫ରୁ ଏହି ଦମ୍ପତି କୋଲକତାରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ସାରା ଦେଶରେ ବୁଲି ବୁଲି ଲୋକଙ୍କୁ ‘ବାଘ ବଂଚାଅ’ର ସମ୍ବାଦ ଦେଉଛନ୍ତି ଏହି ଦମ୍ପତି । ଆଉ ଏହି ଅଭିଯାନର ନାମ ରଖିଛନ୍ତି ‘ଜର୍ଣ୍ଣି ଫର୍ ଟାଇଗର୍’ ।

ଦେଶରେ ଥିବା ଭିନ୍ନ ଭିନ୍ନ ବାଘ ସଂରକ୍ଷଣ କେନ୍ଦ୍ର ବୁଲିବା ସହ ସେଠାକାର ଲୋକଙ୍କୁ ‘ବନ୍ୟଜନ୍ତୁ ସମ୍ପଦ’ର ସୁରକ୍ଷା ପାଇଁ ପ୍ରୋତ୍ସାହିତ କରିଛନ୍ତି ଏହି ଦମ୍ପତି । ୨୮ଟି ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଂଚଳ ମୋଟର ସାଇକେଲରେ ଯାତ୍ରା କରିବା ପରେ ଏବେ ମୟୁରଭଂଜର ଶିମିଳିପାଳ ନ୍ୟାସନାଲ୍ ପାର୍କ ଅଭିମୁଖେ ଯାତ୍ରା କରୁଛନ୍ତି ରତୀନ୍ଦ୍ରନାଥ ଏବଂ ଗୀତାଂଜଳୀ ।

ପଢନ୍ତୁ:  ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

ସମ୍ବନ୍ଧିତ ଖବର

ଦିଲ୍ଲୀର ଦୀପାବଳିରେ ଫୁଟିବନି ରକେଟ ଆଉ ବମ୍

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

Ratnamani Maharana

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

Ratnamani Maharana