• Home
  • News
  • ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ
News

ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ

କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଆଜି ଅନ୍ତରୀଣ ଜାମିନ ମିଳିଛି। ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଆଜି ଶଶିଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଏହି ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ଅବଶ୍ୟ ଏଭଳି ଜାମିନକୁ ପ୍ରତିବାଦ କରିଥିଲା। ଶଶି ଥରୁରଙ୍କୁ ବ୍ୟକ୍ତିଗତ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ରହିଛି ବୋଲି ଦିଲ୍ଲୀ ପୁଲିସ ଯୁକ୍ତିି ଦର୍ଶାଇ ଥିଲା। ତେବେ ଦିଲ୍ଲୀ ପୁଲିସର ଏଭଳି ଯୁକ୍ତିକୁ କୋର୍ଟ ଖଣ୍ଡନ କରିବା ସହ ଶଶି ଥରୁରଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ କୋର୍ଟଙ୍କ ବିନା ଅନୁମତିରେ କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କୁ ଦେଶ ଛାଡିବାକୁ ମନା କରାଯାଇଥିବା ବେଳେ ମାମଲା ସହ ସମ୍ପୃକ୍ତ କୌଣସି ତଥ୍ୟ ଯେପରି ପଦାରେ ନ ପଡେ ତାହା ମଧ୍ୟ ସତର୍କ କରାଯାଇଥିଲା। ମଙ୍ଗଳବାର ଥରୁର ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ sashi

ପଢନ୍ତୁ; ଆରମ୍ଭ ହୋଇଛି ବୈଦିକ ଗଣିତଶାସ୍ତ୍ର କର୍ମଶାଳା

Related posts

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Krishna Kumar Manoj

ଭାରତ ବନ୍ଦ: ପଞ୍ଜାବ, ବିହାର, ଓଡ଼ିଶାରେ ରେଳସେବା ଠପ୍‌

Krishna Kumar Manoj

ଗୋଖାଦ୍ୟ ଦୁର୍ନୀତି ମାମଲା, ତୃତୀୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More