POLITICALS

ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଶଶୀ ଥରୁର

Untitled 1

‘ହିନ୍ଦୁ ପାକିସ୍ତାନ’ ଟିପ୍ପଣୀ ଯୋଗୁଁ ଫସିଲେ ଶଶୀ ଥରୁର, ଗିରଫ ପରୱାନା ଜାରି

କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ୨୦୧୮ରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଫସିଯାଇଛନ୍ତି।  କଲକାତାର ଏକ ମେଟ୍ରୋପଲିଟାନ ମାଜିଷ୍ଟେଟ୍‍ କୋର୍ଟ ଶଶୀ ଥରୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଆଇନଜୀବୀ ସୁମୀତ ଚୌଧୁରୀଙ୍କ ଦ୍ୱାରା ଦାଖଲ ମାମଲାକୁ ଆଧାର କରି କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ ଜୁଲାଇ ୧୧ରେ ଥିରୁଅନନ୍ତପୁରମର ଏକ କାର୍ଯ୍ୟକ୍ରମରେ ଶଶୀ ଥରୁର କହିଥିଲେ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଜିତିଲେ ଗଣତାନ୍ତ୍ରିକ ସମ୍ବିଧାନକୁ ନଷ୍ଟ କରିଦେବ। କାରଣ ଭାରତୀୟ ସମ୍ବିଧାନକୁ ନଷ୍ଟ କରି ଏକ ନୂଆ ସମ୍ବିଧାନ ଲେଖିବ ପାଇଁ ବିଜେପି ପକ୍ଷରେ ସବୁ ତତ୍ତ୍ୱ ରହିଛି। ବିଜେପି ଦ୍ୱାରା ଲେଖିତ ସମ୍ବିଧାନ ସମ୍ପୂର୍ଣ୍ଣ ରୂପେ ହିନ୍ଦୁ ରାଷ୍ଟ୍ର  ସିଦ୍ଧାନ୍ତ ଉପରେ ଆଧାରିତ ହେବ। ଏଭଳି ଭାବେ ବିଜେପି ଭାରତକୁ ‘ହିନ୍ଦୁ ପାକିସ୍ତାନ’ରେ ପରିଣତ କରିଦେବ। ସେଠାରେ ସଂଖ୍ୟାଲଘୁଙ୍କ ଅଧିକାରକୁ ହରଣ କରାଯିବ ଓ ସେମାନଙ୍କର କୌଣସି ସମ୍ମାନ ରହିବ ନାହିଁ। ଏଥିପାଇଁ ଏବେ ଜେଲ ଯିବା ପରିସ୍ଥିତରେ ଶଶୀ।

 

ପଢନ୍ତୁ: ଏଥର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବେ ଅମିତ ଶାହ

Related posts

ଆଇଏଏସ ଆଇପିଏସ ଲଢେଇରେ ଆଇଏଏସ ଅପରାଜିତା ଷଡଙ୍ଗୀ ଆଗରେ

Ratnamani Moharana

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

Ratnamani Moharana

Leave a Comment