News

ଦୁଇ ସାମ୍ୱାଦିକଙ୍କୁ ୭ ବର୍ଷ ଜେଲ୍‌

By ENO Beuro

September 03, 2018

ଦେଶର ଗୋପନୀୟତା ଉଲ୍ଲଂଘନ କରିଥିବା ଦୋଷରେ ଦୁଇ ଜଣ ରଏଟର୍‌ ସାମ୍ୱାଦିକଙ୍କୁ  ସୋମବାର ଦିନ ମିଅାଁମାର୍‌ର ଜଣେ ବିଚାରପତି ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହି ଦୁଇ ସାମ୍ବାଦିକ ହେଲେ ଭୋ ଲୋନ୍ (୩୨) ଓ କ୍ୟାଓ ସୋ ଉ (୨୮)। ସେମାନଙ୍କୁ ଗତ ଡିସେମ୍ବର ମାସରେ ଗିରଫ କରାଯାଇଥିଲା। ସେବେଠାରୁ ସେମାନେ ୟଙ୍ଗୁନର ଏକ ଜେଲ୍‌ରେ ଅଛନ୍ତି।

ଅପରପକ୍ଷରେ ଏହି ଘଟଣା ପରେ ଆଲୋଚନା-ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଯେଉଁ ଅଭିଯୋଗ ଆଧାରରେ ସାମ୍ବାଦିକଙ୍କୁ ଦଣ୍ଡିତ କରାଯାଇଛି ତାହା ଗଣମାଧ୍ୟମର ସ୍ୱାଧୀନତାର ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି। ଉପରୋକ୍ତ ଦଣ୍ଡାଦେଶକୁ ସମର୍ଥନ କରୁଥିବା ପକ୍ଷର ଯୁକ୍ତି ଅନୁଯାୟୀ ସବୁ କ୍ଷେତ୍ର ପାଇଁ କିଛି ଗୋପନୀୟତା ଓ ସର୍ତ୍ତର ସୀମା ନିର୍ଦ୍ଧାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ।

ପଢନ୍ତୁ;ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା