POLITICALS

ଫ୍ଲାଇଂ ସ୍କ୍ବାର୍ଡକୁ ମାଡ ମାରିବା ଘଟଣାରେ ଆଜି ହେବ ପ୍ରଦୀପ ମହାରଥୀଙ୍କ ଜାମିନ୍ ଶୁଣାଣି

୨୧ ତାରିଖ ବିଳମ୍ବିତ ରାତି‌ରେ  ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ  ଫାର୍ମହାଉସ୍‌ରେ ଭୋଜିଭାତ ଚାଲିଥିବା ଖବର ପାଇ ଭିଡିଓଗ୍ରାଫରଙ୍କ ସହ ଫ୍ଲାଇଂ ସ୍କ୍ବାଡ୍‌ ଓ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ସଦଳବଳ ଚଢ଼ଉ କରିଥିଲେ। ସେମାନଙ୍କୁ ଅଟକ ରଖି ଶ୍ରୀ ମହାରଥୀ କର୍ମୀମାନଙ୍କ ସହାୟତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।  ଏହାପରେ ମହାରଥୀଙ୍କୁ ଗିରଫ  କରିଥିଲା ପିପିଲି ପୁଲିସ। ପୋଲିସ ତାଙ୍କ ବିରୋଧରେ ଦଫା ୩୦୭ ହତ୍ୟା ପାଇଁ ଉଦ୍ୟମରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା ଲଗାଇଛି। ଏଥିସହ ୧୭୧ ବି, ୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ  ୧୨୩ରେ ମାମଲା ରୁଜୁ କରିଛି।

ତେବେ ଆଜି ସ୍ବତନ୍ତ୍ର ଜଜ୍‌ ତଥା ଏଡିଜେ-୩ ଏହି ଆବେଦନର ଶୁଣାଣି କରିବେ। ପୂର୍ବରୁ କୋର୍ଟରେ ଏଥିପାଇଁ ଆବଶ୍ୟକ କାଗଜପତ୍ର ମହାରଥୀଙ୍କ ପକ୍ଷରୁ ଓକିଲ ଦାଖଲ କରି ସାରିଛନ୍ତି। ତେବେ ତାଙ୍କୁ ଜାମିନ୍ରେ  ଛଡାଯିବା କି ନାହି ସେ ନେଇ ଆଜି ନିଷ୍ପତି କରାଯିବ।
ପଢନ୍ତୁ: ମତଦାନ ପୂର୍ବରୁ ମା ହିରାବେନଙ୍କ ଠାରୁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ଆଇଏଏସ ଆଇପିଏସ ଲଢେଇରେ ଆଇଏଏସ ଅପରାଜିତା ଷଡଙ୍ଗୀ ଆଗରେ

Ratnamani Moharana

କେଉଁଠି ବାପା ତ କେଉଁଠି ପୁଅ ଆଗରେ

Ratnamani Moharana

ପୁରୀ ଲୋକସଭା ଆସନରେ ଆଗରେ ସମ୍ବିତ ପାତ୍ର

Ratnamani Moharana

1 comment

Leave a Comment