Entertainment

ସଲମାନ୍ ଙ୍କର କୃଷ୍ଣସାର ମୃଗ ଶୀକାର ଘଟଣା , ଅପ୍ରେଲ ୫କୁ ରାୟ ଶୁଣାଣୀ

ଅପ୍ରେଲ ୫ରେ ସଲମାନ ଦୋଷୀ ନା ନାହିଁ ଜଣା ପଡିଯିବ

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶୀକାର ଘଟଣାରେ ଅଭିଯୁକ୍ତ ଅଭିନେତା ସଲମାନ ଖାନଙ୍କ ଶୁଣାଣି ଆଗାମୀ ଅପ୍ରେଲ ୫ ତାରିଖରେ ହେବ  । ଆଜି ଏହି ମାମଲାରେ ସିଜିଏମ୍ ଦେବକୁମାର ଖତ୍ରୀ କୋର୍ଟରେ ଏହି କଥା କହିଛନ୍ତି ।  ଅପ୍ରେଲ ୫ରେ ସଲମାନ ଦୋଷୀ ନା ନାହିଁ ଜଣା ପଡିଯିବ ।

୧୯୯୮ ମସିହାରେ ଜୋଧପୁରରେ ହମ ସାଥ ସାଥ ହେ ପିଲ୍ମର ସମୟରେ ସଲମାନଙ୍କ ଉପରେ କୃଷ୍ଣସାର ମୃଗ ଶୀକାର ନେଇ ଆରୋପ ଲାଗିଥିଲା । ସଲମାନଙ୍କ ଘରୁ ପୋଲିସ ସେପ୍ଟେମ୍ବର ୧୯୯୮ରେ ଏକ ରାଇଫଲ ମଧ୍ୟ ଜବତ କରିଥିଲା । ଏହି ଘଟଣାରେ ସେ ଗିରଫ ମଧ୍ୟ ହୋଇଥିଲେ।

ସୂଚନା ଅନୁସାରେ କୃଷ୍ଣସାର ମୃଗ ହତ୍ୟା ଘଟଣାରେ ଅଭିନେତା ସଲମାନଙ୍କ ସହ ସୈଫ ଅଲି ଖାନ, ଅଭିନେତ୍ରୀ ନୀଲମ,ସୋନାଲୀ ଏବଂ ତବୁ ମଧ୍ୟ ଅଭିଯୁକ୍ତ ଅଛନ୍ତି । ଏହି ଘଟଣାର ଆଜି ଶେଷ ଶୁଣାଣି ଥିଲା । ଏହା ପରେ ସିଜିଏମ ଦେବ କୁମାର ଖତ୍ରୀ ଏହି ଅଭିଯୁକ୍ତଙ୍କ ପାଇଁ  ନେଇଥିବା ଫୈସଲାକୁ ସୁରକ୍ଷିତ ରଖିଛନ୍ତି । ଯାହା ଆଗାମି ୫ ତାରିଖରେ ଶୁଣାଯିବ ।

ଏହା ପୂର୍ବରୁ ସଲମାନ ଜାନୁଆରୀ ୪ରେ କୋର୍ଟରେ ହାଜିର ହୋଇଥିଲେ । ୧୯ ବର୍ଷ ତଳେ ହୋଇଥିବା ଏହି ଘଟଣାରେ  ଯୋଧପୁର ସ୍ଥିତ କୋର୍ଟରେ ହାଜର ହୋଇଥିଲେ ସଲମାନ।  ୩୫ ମିନିଟ ଧରି ଚାଲିଥିବା ଏହି ଆଲୋଚନାରେ ତାଙ୍କ ବିରୋଧରେ ସାକ୍ଷୀ ଦେଇଥିବା ଭିଡିଓ କୋର୍ଟରେ ଦେଖାଯାଇଥିଲା । ଏହି ଭିଡିଓ ଦେଖି ସଲମନ ଭାବବିହ୍ୱଳ ହୋଇଯାଇଥିଲେ ।

ପହନ୍ତୁ ;

ଜେନିଭାରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର

Related posts

ଆଜି ପରଦାରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ ‘ଯୋଗୀ’

ENO Beuro

ଇଣ୍ଟରନେଟରେ ଛାଇଲା ମଣ୍ଟୁ ଛୁରିଆଙ୍କ ମ୍ୟୁଜିକ ଭିଡିଓ “ଲବଙ୍ଗ ଲତା”

ENO Beuro

ସୋସିଆଲ ମିଡିଆରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏଲିୟନ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ

ENO Beuro

Leave a Comment