POLITICALS

ଦିଦିଙ୍କ ଗେହ୍ଳା ପୁଅ ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

Mt

ଗିରଫ ହୋଇପାରନ୍ତି ରାଜୀବ କୁମାର

ପୂର୍ବରୁ ଶାରଦା ଚିଟଫଣ୍ଡ ଦୁର୍ନୀତି  ମାମଲରେ ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ଅଡ଼ୁଆରେ ପଡ଼ିଥିଲା ସିବିଆଇ । ଏହି ଗିରଫ ପ୍ରକ୍ରିୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ରାଜୀବ କୁମାରଙ୍କ  ନିର୍ଦ୍ଦେଶ କ୍ରମେ କୋଲକାତା ପୋଲିସ ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା । ମମତା ଦିଦିଙ୍କ ଗେହ୍ଳା ପୁଅ ବୋଲି କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା । ଏହି ମାମଲାରେ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତି ଅନୁସାରେ ସିବିଆଇକୁ ତାଙ୍କ ବିରୁଦ୍ଧରେ ଏଫଆଇଆର ଦାଏର କରି ଗିରଫ କରିପାରିବେ।

ସିବିଆଇ କର୍ମଚାରୀଙ୍କୁ ଗିରଫ ପରେ ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ରାଜୀବ କୁମାର ।ଗିରଫ କରିବା ସହ ପଚରାଉଚରା ଉପରେ ରୋକ ଲଗାଇବା ପାଇଁ ଯେଉଁ ଆବେଦନ ହୋଇଥିଲା ତାହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଜୀବ କୁମାର 7 ଦିନ ଭିତରେ ଯଦି ହାଇକୋର୍ଟରୁ ଅଗ୍ରୀମ ଜାମିନ ନପାଆନ୍ତି ତେବେ ତାଙ୍କୁ ସିବିଆଇ ଗିରଫ କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ପଢନ୍ତୁ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର ଅଭିଯାନ

Related posts

ଆଜି ପୁରୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

ବିଜୁ ପଟ୍ଟନାୟକ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

ENO Beuro

ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

ENO Beuro

Leave a Comment